Latest Odisha News

BREAKING NEWS

ଏହି ଛାତ୍ରଛାତ୍ରୀଙ୍କ ଲାଗି ଖୋଲିବ ଜାମିଆ ମିଲିଆ ଇସଲାମିଆ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଲାବୋରାଟୋରୀ ଓ୍ବର୍କ ପାଇଁ ଜାମିଆ ମିଲିଆ ଇସଲାମିଆ ପକ୍ଷରୁ ଗୁରୁବାର ଦିନ ଇଞ୍ଜିନିୟରିଂ ଏବଂ ନାଚୁରାଲ୍ ସାଇନ୍ସ ଡିପାର୍ଟମେଣ୍ଟର ରିସର୍ଚ୍ଚ ସ୍କଲାର ମାନଙ୍କୁ କ୍ୟାମ୍ପସକୁ ଫେରିବାକୁ ଅନୁମତି ଦିଆଯାଇଛି। ତେବେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଜରୁରୀ।

ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଅଧ୍ୟାପକ ତଥା ଅଧ୍ୟାପିକା ଏବଂ ନାଚୁରାଲ୍ ସାଇନ୍ସର ଫାକଲ୍ଟି ତଥା ଏହାର ଆସୋସିଏଟେଡ୍ ସେଣ୍ଟର ଗୁଡିକ ଲାବୋରାଟୋରୀ ସୁବିଧା ଯୋଗାଇଦେବା ଲାଗି ଅନୁମତି ଦିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଏକ ସର୍କୁଲାର ମାଧ୍ୟମରେ କୁହାଯାଇଛି।

Comments are closed.