Latest Odisha News

BREAKING NEWS

କଟକରେ ହାତ ଗୋଡ ବାନ୍ଧି ଛାତ୍ରୀଙ୍କୁ ଜାଳି ଦେବା ଘଟଣାରେ ସନ୍ଦିଗ୍ଧ ଅଟକ, ପଚରାଉଚରା କରୁଛି ପୋଲିସ

କଟକ: କଲେଜ ଛାତ୍ରୀଙ୍କୁ ହାତଗୋଡ ବାନ୍ଧି ଜାଳି ଦେବାକୁ ଉଦ୍ୟମ ଘଟଣାରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏ ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାରେ କିଛି ସନ୍ଦିଗ୍ଧଙ୍କୁ ପୋଲିସ ଲାଲବାଗ ଥାନାରେ ଅଟକ ରଖିଛି ।

ଗତକାଲି ମାନସିଂ ପାଟଣା ଅଞ୍ଚଳରେ ହଠାତ୍ ଗୋଟେ ଘରୁ ଧୁଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ସମୟରେ ଲୋକେ ଛାତ୍ରୀଙ୍କୁ ଜଳନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେପଟେ ୪ ଜଣ ଦୁର୍ବୁତ ଘରେ ପଶି ଏହି କାଣ୍ଡ ଭିଆଇଥିବା ଜଣାପଡିଥିଲା । ସେମାନେ ପ୍ରଥମେ ଛାତ୍ରୀଙ୍କୁ ମାଡ ମାରିବା ସହ ଗୋଡ ହାତ ବାନ୍ଧି ନିଶା ଇଂଜେକସନ ଦେଇଥିଲେ । ଏହା ପରେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ବେଳେ ଘରେ କେହି ଉପସ୍ଥିତ ନ ଥିଲେ ।

ତେବେ ଏଭଳି ବର୍ବର କାମ କାହିଁକି ସେମାନେ କରିଲେ ସେ ନେଇ ପୋଲିସ ତଦନ୍ତ ଚଳାଇଛି । ପରିବାର ଲୋକଙ୍କୁ ବି ପୋଲିସ ପଚରାଉଚରା କରୁଛି । ସେପଟେ ଛାତ୍ରୀ ଜଣଙ୍କ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି । ତାଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.