Latest Odisha News

BREAKING NEWS

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଜମ୍ମୁ କାଶ୍ମୀର

ଶ୍ରୀନଗର: ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର ଦିନ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହାକୁ ମହାମାରୀ ଘୋଷଣା କରିଛନ୍ତି।

ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍‌ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରରେ ବ୍ଲାକ୍‌ ଫଙ୍ଗସ୍ ହେତୁ ଜଣେ ୪୦ ବର୍ଷୀୟ କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.