Latest Odisha News

BREAKING NEWS

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ, ‘ଦାସିଆ ସାଂସ୍କୃତିକ ପରିଷଦ’ ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ସ୍ମୃତସଭା ଓ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି।

ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଠ ସାହିତ୍ୟିକା ରାଜ ଲକ୍ଷ୍ମୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ , ଫକୀର ମୋହନ ପାଠଶାଳାର ସମ୍ପାଦକ ପ୍ରଫୁଲ କୁମାର ରାଉତ ସମ୍ମାନିତ ବକ୍ତା ଭାବରେ, ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ ଏବଂ ଗବେଷକ ସାଇମନ ବିଡ଼ିକା ଯୋଗ ଦେଇଥିଲେ।

ଅନୁଷ୍ଠାନର ସମ୍ପାଦକ ହିମାଂଶୁ ଆଚାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ପରେ , ନିକଟରେ ଇହଲୀଳା ସମ୍ବରଣ କରିଥିବା ତିନିଜଣ ବରିଷ୍ଠ ସାହିତ୍ୟିକ ଯଥା ବାୟା ଦଳେଇ, ଚିନ୍ତାମଣି ବେହେରା ଓ ଭ୍ରମରବର ଛାଟୋଇଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କର ସାହିତ୍ୟିକ ଜୀବନର ସ୍ମୃତିଚାରଣ କରାଯାଇଥିଲା।

ଏହି ଅବସରରେ କବି ହିମାଂଶୁ ଆଚାରୀ ଓ କବୀ ରାଧାରାଣୀ ସରକାରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନେକ କବି ଓ କବୀ ଯଥା ; ସୁରେଶ କୁମାର ଆଚାର୍ଯ୍ୟ , ନଗେନ୍ଦ୍ର କୁମାର ରାଉତ, ଲିପ୍ସା ପଟେଲ , ସୁନିତା ବାରିକ , ସୌଦାମିନୀ ମିଶ୍ର , ତପସ୍ୱିନୀ ମିଶ୍ର , ରୂପେଶ ସାହୁ , ଦୈତାରି ଓଝା ପ୍ରମୁଖ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ।

ପରିଶେଷରେ କବି ସାଗର କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.