Latest Odisha News

BREAKING NEWS

ଦୁର୍ନୀତି ଓ ଭ୍ରଷ୍ଟାଚାର ମାମଲାରେ ଶ୍ରୀନଗର ଡିଏସପି ଶେଖ୍ ଆଦିଲ ଗିରଫ: ଘଟଣାର ତଦନ୍ତ କରିବ ଏସଆଇଟି

ଜାମ୍ମୁ କାଶ୍ମୀର : ଭ୍ରଷ୍ଟାଚାର ଏବଂ  ମିଥ୍ୟା ଆତଙ୍କବାଦୀ ମାମଲାରେ ସମ୍ପୃକ୍ତ କରି ଲୋକଙ୍କଠାରୁ ଚୋରି ଅଭିଯୋଗରେ ପୋଲିସ ଡିଏସପି ଶେଖ ଆଦିଲଙ୍କୁ ଗିରଫ କରାଯାଇଛି  ।   ଡିଏସପି ଆଦିଲଙ୍କ ବିରୋଧରେ ନାଉଗାମ ଥାନାରେ ଏକ ମାମଲା ଦାୟର କରାଯାଇଛି। ତାଙ୍କ ଉପରେ ଧାରା ୧୬୭ , ୧୯୩ , ୨୦୧, ୨୧୦ , ୨୧୮, ୨୨୧ ଏବଂ ୭ , ୭ (ଏ) ଲଗାଯାଇଛି  ।  ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିବା  ଶ୍ରୀନଗର ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି  ।

ଏହି ଘଟଣାର ତଦନ୍ତ ପାଇଁ ୫ ସଦସ୍ୟ ବିଶିଷ୍ଟ ଟିମ୍ ଗଠନ କରାଯାଇଛି  । ଯେଉଁଥିରେ SHO ପନ୍ଥାଚୌକ୍  SHO ସାଇବର PS, ଇନ୍ସପେକ୍ଟର ଜିଏମ୍ ଗଠନ କରାଯାଇଛି  । ଯାହା ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରିବ  । ମିଳିଥିବା ସୂଚନା ଅନୁଯାୟୀ ଏହା ପୂର୍ବରୁ ମଧ୍ୟ କାଶ୍ମୀର ପୋଲିସର ଅନେକ ଅଧିକାରୀ ସୁରକ୍ଷା ଏବଂ ଆତଙ୍କବାଦ ସହ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନୁସନ୍ଧାନ କରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ଗିରଫ ଅଧିକାରୀଙ୍କ ବିରୋଧରେ ଚୋରା ଚାଲାଣ ଏବଂ ବ୍ଲାକମେଲିଂ ଭଳି ବହୁ ଅଭିଯୋଗ ରହିଛି  । ଯାହାକୁ ପୃଥକ ପୃଥକ ଭାବେ ଯାଞ୍ଚ କରାଯିବ  ।  ଗିରଫ ଅଧିକାରୀଙ୍କୁ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ୬ ଦିନ ରିମାଣ୍ଡରେ ନିଆଯାଇଛି। ତେଣୁ ଘଟଣାରେ ଆଉ କିଛି ଅଧିକ ସତ୍ୟାସତ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି  ।

Leave A Reply

Your email address will not be published.