Latest Odisha News

ରାଜୌରୀ ସେନା କ୍ୟାମ୍ପ୍ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଆହତ, ଗୁଳି ବିନିମୟ ଜାରି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ରାଜୌରୀ ସେନା କ୍ୟାମ୍ପ୍ ଉପରେ ଆକ୍ରମଣ ଉଦ୍ୟମ ବିଫଳ। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି। ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋରଦାର ଚାଲିଛି। ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି। ପାଲଟା ଜବାବରେ ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ସେବେଠାରୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି।

ଆଜି ଭୋର ସମୟରେ ରାଜୋରୀରେ ଥିବା ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରକୁ ଅତର୍କିତ ଗୁଳିମାଡ କରିଛନ୍ତି ଆତଙ୍କବାଦୀ। ରାଜୋରୀର ଗୋନ୍ଧା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ଜାରି ରହିଛି। ଆତଙ୍କବାଦୀମାନେ ଯେପରି ଖସିନଯିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଗତ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ ଘଟଣାରେ ବୃଦ୍ଧି ଘଟିଛି। ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କୁହାଯାଉଛି। ଏହି କ୍ଷେତ୍ରରେ ଅନୁପ୍ରବେଶ ଘଟଣା ମଧ୍ୟ ବୃଦ୍ଧି ପାଇଛି। ଜମ୍ମୁରେ ଆତଙ୍କବାଦକୁ ଭାଙ୍ଗିବା ପାଇଁ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଅନେକ ବଡ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଏଠାରେ ଏକ ଉଚ୍ଚ ସ୍ତରୀୟ ମିଳିତ ସୁରକ୍ଷା ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସୀମା ସୁରକ୍ଷା ବଳ (ବିଏସଏଫ), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ଜମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ, ଗୁଇନ୍ଦା ଏଜେନ୍ସିର ମୁଖ୍ୟ ତଥା ଅନ୍ୟ ବରିଷ୍ଠ ସୁରକ୍ଷା କର୍ମୀମାନେ ଯୋଗ ଦେଇଥିଲେ।

ଏହି ସମୟରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଥିଲେ ଯେ ଆତଙ୍କବାଦୀ ତଥା ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ହଟାଇବା ପାଇଁ ସମସ୍ତ ଏଜେନ୍ସି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଆତଙ୍କବାଦ ବିରୋଧୀ କାର୍ଯ୍ୟ ଆରମ୍ଭ କରିବା ଉଚିତ। ସୀମାରୁ ଅନୁପ୍ରବେଶକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯିବା ଉଚିତ ବୋଲି ସିହ୍ନା ନିର୍ଦ୍ଦେଶ ଦେଇଛନ୍ତି।

Comments are closed.