Latest Odisha News

BREAKING NEWS

ଜହ୍ନରାତି

ଜହ୍ନରାତି

ଶ୍ରୁତିଶିଖା ମହାପାତ୍ର

ଜହ୍ନ ଆସିବାର ଖବର
କେମିତି କେଜାଣି
ମୋ ପାଖରେ ପହଂଚିଯାଏ

ରାତିର ଆଡମ୍ବର ସହିତ
ଗୋଲ ଜହ୍ନ ଆସେ,
ମୁଁ ନିରବରେ
ମୋ ଆସ୍ଥାନ ଖୋଜିଲାବେଳେ

ଓଃ…
ମୋ ଚାରିପଟେ
କେତେ କୋଳାହଳ,
ଜହ୍ନରାତିକୁ ଦେଖି
ଛାତିକୁ ଓହ୍ଲାଇ ଆଣେ
ସାଇତିଥିବା ସ୍ୱପ୍ନସବୁକୁ

ଜହ୍ନରାତି ଏମିତି ବି ଆସେ
ବେଳେବେଳେ,
ଯେଉଁଠି କବିଟି
ତାର ପ୍ରେମକୁ
ଅଦେଖା କୋଣାର୍କର
ନାଁ ଦେଇପାରେ
ମୋର ସ୍ୱପ୍ନସବୁରେ,
ସଫେଦ୍ ଜହ୍ନରାତି
ତା ଆଖିରେ ମୁଁ

ଏମିତି ଅନେକ ରାତି
ଏବେ ବି ବାକି ଅଛି,
ଜହ୍ନରାତିରେ ବିତିଥିବା
ମୁହୂର୍ତ୍ତସବୁକୁ ନିଜର କରି
ମୁଁ ତୁମକୁ ନେଇଯିବି
ଅନ୍ଧାରର ଶେଷସୀମା ଆଡକୁ
ଯେଉଁଠି ପୁଣି
ଏକ ସ୍ୱପ୍ନିଳ ଜହ୍ନରାତି
ଆମ ଅପେକ୍ଷାରେ…

Comments are closed.