Latest Odisha News

BREAKING NEWS

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି ।

ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବଲିଉଡ଼ ନୂଆ ଅଭିନେତା ଇସାନ ଖଟ୍ଟର୍ । ଫିଲ୍ମର ଏହି ଟ୍ରେଲର୍ ରିଲିଜ୍ ବେଳେ ଜାହ୍ନବୀଙ୍କ ସହିତ ଉପସ୍ଥିତ ଥିଲେ ବାପା ବୋନୀ କପୁର, ସାନ ଭଉଣୀ ଖୁସୀ କପୁର, ଅନୀଲ୍ କପୁର ଏବଂ ସଞ୍ଜୟ କପୁର ।

ଟ୍ରେଲର୍ ରିଲିଜ୍ ହେବା ପରେ ଖୁସିରେ ଜାହ୍ନବୀ କାନ୍ଦି ପକାଇଛନ୍ତି । ତେବେ ଯାହାବି ହେଉ ଏକ ଗୀତରେ ଜାହ୍ନବୀ ଖୁବ୍ ସୁନ୍ଦର ଭାବେ ନାଚିଛନ୍ତି । ଉପସ୍ଥିତ ଦର୍ଶକଙ୍କ କହିବାନୁଯାୟୀ ଜାହ୍ନବୀ ତାଙ୍କ ମାଆ ପରି ବେଶ୍ ସୁନ୍ଦର ନାଚି ପାରିଛନ୍ତି ଏହି ଫିଲ୍ମରେ । ବଲିଉଡ଼ରେ ନୂଆକରି ପାଦ ଥାପିଥିଲେ ମଧ୍ୟ ଜାହ୍ନବୀଙ୍କ ଉପସ୍ଥିତିରେ ଶ୍ରୀଦେବୀଙ୍କ ଅନୁପସ୍ଥିତି କିଛି ପରିମାଣରେ କମିଯିବାର ଅନୁଭବ କରିବେ ଶ୍ରୀଦେବୀଙ୍କ ଅସଂଖ୍ୟ ଫ୍ୟାନ ।

ସୂଚନାଯୋଗ୍ୟ, ବଲିଉଡ଼ର ଚୁଲବୁଲି ନାୟିକା ଶ୍ରୀଦେବୀଙ୍କର ଏହିବର୍ଷ ଫେବୃଆରୀ ୨୪ ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ଝିଅ ଜାହ୍ନବୀ ବଲିଉଡ଼ରେ ପାଦ ଦେଇଥିଲେ ମଧ୍ୟ ଫିଲ୍ମ ରିଲିଜ୍ ପର୍ଯ୍ୟନ୍ତ ରହିପାରିଲେନି ଶ୍ରୀଦେବୀ । ଜାହ୍ନବୀଙ୍କ ଏହି ଫିଲ୍ମଟିକୁ ପ୍ରେକ୍ଷାଳୟରେ ଦେଖିବାକୁ ଶ୍ରୀଦେବୀଙ୍କ ଅସଂଖ୍ୟ ଫ୍ୟାନ ଚାହିଁ ରହିଛନ୍ତି ।

Comments are closed.