Latest Odisha News

BREAKING NEWS

ଅଟଳ ବିହାରୀ ବାଜପେୟୀ ଏମ୍ସରେ ଭର୍ତ୍ତି : ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ : ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ଡ଼ାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଏମ୍ସରେ ରଖି ଚିକିତ୍ସା କରାଯାଉଛି । ତେବେ ନୂଆଦିଲ୍ଲୀସ୍ଥିତ ଏମ୍ସରୁ ସୂଚନା ମିଳିଛି ଯେ, ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପରିସ୍ରା ଜନିତ ସଂକ୍ରମଣ ରୋଗରେ ତାଙ୍କୁ ଚିକିତ୍ସିତ କରାଯାଉଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ଏମ୍ସରେ ରଖି ଚିକିତ୍ସା କରାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଆଡ଼କୁ ଗତି କରୁଥିବା କଥା କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

ନୂଆଦିଲ୍ଲୀସ୍ଥିତ ଏମ୍ସକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବାଜପେୟୀଙ୍କ ଆରୋଗ୍ୟ କାମନା କରି ଦେଶରେ ତାଙ୍କ ଅସଂଖ୍ୟ ପ୍ରଶଂସକ ତଥା ତାଙ୍କର ଅନେକ ଅନୁଗାମୀ ହୋମ ଯଜ୍ଞ କରି ତାଙ୍କର ନିରାମୟ ଜୀବନ କାମନା କରିଛନ୍ତି ।

Leave A Reply

Your email address will not be published.