Latest Odisha News

BREAKING NEWS

ଜାପାନରେ ଛୋଟ କପଡା ପିନ୍ଧିଥିବା ମହିଳାଙ୍କ ଆପତିଜନକ ଫଟୋ ଉଠାଇବା ମନା

ଟୋକିଓ: ଜାପାନରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂତନ ବିଧେୟକ ସଂସଦରେ ଉପସ୍ଥାପନା କରାଯାଇଛି । ଏଥିରେ ସ୍କଟ କିମ୍ବା ଛୋଟ କପଡା ପିନ୍ଧିଥିବା ମହିଳାଙ୍କ ଆପତିଜନକ ଫଟୋ ଉଠାଇବା ମହଙ୍ଗା ପଡିବ । ଦୋଷୀ ସାବ୍ୟସ୍ତ ହେଲେ ଜେଲ ଓ ଜରିମାନା ଦଣ୍ଡରେ ଦଣ୍ଡିତ ହେବାକୁ ପଡିବ । ବ୍ରିଟେନ ଏବଂ ୟୁରୋପର ଅନେକଗୁଡିଏ ଦେଶ ଏହାକୁ ଦୁଷ୍କର୍ମ ତାଲିକାରେ ସାମିଲ କରି ସାରିଛନ୍ତି । ଜାପାନ ଟୁଡେରେ ପ୍ରକାଶିତ ଖବର ଅନୁସାରେ ଏଠାକାର ମହିଳାମାନେ ଛୋଟ କପଡା ପିନ୍ଧିବା ବେଳେ ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିପାରନ୍ତି ନାହିଁ । ଏହାର ଫାଇଦା ଖରାପ ମାନସିକତା ରଖିଥିବା ବ୍ୟକ୍ତି ଉଠାଇଥାନ୍ତି । ସଂସଦରେ ବିଲ ପାସ ହେବା ପରେ ଏହି ନିୟମକୁ ବିଧିବଦ୍ଧ ଭାବେ ଲାଗୁ କରାଯିବ ।

ଜାପାନରେ ମହିଳା ପ୍ରତି ଦୁଷ୍କର୍ମ କିମ୍ବା ଯୌନ ଅପରାଧ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ସରକାର ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ଏହି ଅପରାଧରେ ୩ଜଣ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରାଯାଇଛି । କରୋନା ମହାମାରୀ ପରେ ଜାପାନରେ ଏହି ରୁଗଣ ମାନସିକତା ବୃଦ୍ଧି ପାଇବାରେ ଲାଗିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ମହିଳାଙ୍କୁ ବ୍ଲାକମେଲିଂର ଏକ ମାଧ୍ୟମ ପାଲଟି ଯାଉଥିବା ଜଣାପଡିଛି ।

Leave A Reply

Your email address will not be published.