Latest Odisha News

BREAKING NEWS

ଜେଇଇ ମେନରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ନୂଆ ରେକର୍ଡ

ଭୁବନେଶ୍ୱର: ଜେଇଇ ମେନ୍ -୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ନୂଆ ରେକର୍ଡ କରିଛି । ସାଇ ଇଣ୍ଟରନ୍ୟାସନାସ ସ୍କୁଲର ୧୮ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନରେ ୯୯ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିଭଳି ୨୬ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ମାର୍କ ରଖିଥିବା ବେଳେ ୩୯ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ।

ଜେଇଇ ଦ୍ୱିତୀୟ ପର୍ଯ୍ୟାୟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା ଶିକ୍ଷାନୁଷ୍ଠାନ ପାଇଁ ଖୁସି ଆଣି ଦେଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସାଇ ଇଣ୍ଟରନ୍ୟାସନାଲର ସଂକେତ ଦାସ ଟପ୍ପର ହୋଇଥିବା ବେଳେ ସେ ୯୯.୯୧ ପ୍ରତିଶତ ମାର୍କ ରଖିଛନ୍ତି । ସେ ଫିଜିକ୍ସରେ ୯୯.୮୭୨ ପ୍ରତିଶତ ମାର୍କ ରଖିଥିବା ବେଳେ କେମିଷ୍ଟ୍ରିରେ ୯୭.୮୫୭ ପ୍ରତିଶତ ଏବଂ ଗଣିତରେ ୯୯.୯୭୬ ପ୍ରତିଶତ ମାର୍କ ରଖିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପଟ୍ଟନାୟକ, ସ୍ନେହିଲ୍ ସଂଯୋଗ, ସଂକେତ ରାଉତ, ସମାସ୍ଥିତା ଘୋଷ, ରୌନକ ମିଶ୍ର ପ୍ରମୁଖ ୯୯ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଜେଇଇ ମେନର ପ୍ରଥମ ପର୍ଯ୍ୟାୟରେ ସାଇର ଅମୃତାଂଶୁ ମହାନ୍ତି ୯୯.୯୭ ପ୍ରତିଶତ ମାର୍କ ରଖି ସ୍କୁଲ୍ ଟପ୍ପର ହୋଇଥିଲେ ।

ସାଇ ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଅଧ୍ୟକ୍ଷ ଶିଳ୍ପୀ ସାହୁ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ମୁଁ ଛାତ୍ରଛାତ୍ରୀଙ୍କୁ ନେଇ ଗର୍ବିତ । ମହାମାରୀ ସତ୍ତ୍ୱେ ଛାତ୍ରଛାତ୍ରୀ ୯୯ ପ୍ରତିଶତରୁ ଅଧିକ ମାର୍କ ରଖି ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିଛନ୍ତି । କୌଣସି ଦ୍ୱନ୍ଦ୍ୱ ନାହିଁ ଭବିଷ୍ୟତରେ ଏମାନେ ନିଶ୍ଚୟ ଜଣାଶୁଣା ଇଞ୍ଜିନିୟର୍ସ ହେବା ଉନ୍ନତ କୌଶଳ ଦେଖାଇବେ ।

Leave A Reply

Your email address will not be published.