Latest Odisha News

BREAKING NEWS

ରୋଷେଇ ଘରେ ନିଆଁ ଲାଗି ମହିଳା ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଗ୍ୟାସରେ ରୋଷେଇ କରୁଥିବା ଅଘଟଣ । ଗ୍ୟାସ ନିଆଁରେ ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହେଲେ ମହିଳା । ଗୁରୁତର ମହିଳା ଜଣଙ୍କ କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡିଆସାହିର ବିଳାସିନୀ ସିଂହ ।

ବିଳାସିନୀ ଆଜି ଅପରାହ୍ନ ସମୟରେ ନିଜ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରୁ ହଠାତ ନିଆଁ ଶରୀରରେ ଲାଗି ଯାଇଥିଲା । ଚିତ୍କାର ଶୁଣି ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

ତେବେ ତାଙ୍କ ଶରୀରର ପ୍ରାୟ ୮୦ ଭାଗ ଅଂଶ ଗ୍ୟାସ ନିଆଁରେ ପୋଡ଼ି ହୋଇଯାଇଥିବା ଡାକ୍ତରଙ୍କ ସୂତ୍ରରୁ ଖବର ମିଳିଛି । ବିଳାସିନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.