ଟୋକିଓ: ଜାପାନର ବାବା ଭେଙ୍ଗା ରିଓ ତାତ୍ସୁକିଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୫ ମସିହାରେ ଜାପାନ ଭୟଙ୍କର ସୁନାମିର ସାମ୍ନା କରିବ ଦେଶ। ଏହା ପରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି।
କାରଣ ଜାପାନ ପୂର୍ବରୁ ମାର୍ଚ୍ଚ ୨୦୧୧ ମସିହାରେ ଏକ ଭୟଙ୍କର ଭୂମିକମ୍ପ ଏବଂ ସୁନାମିକୁ ସାମ୍ନା କରିଛି ଯେଉଁଥିରେ ପ୍ରାୟ ୧୯୭୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମାନ ସଂଖ୍ୟକ ଆହତ ମଧ୍ୟ ହୋଇଥିଲେ। ସେହି ସମୟରେ ସୁନାମି ଜାପାନକୁ ଏତେ ପରିମାଣର କ୍ଷତି ପହଞ୍ଚାଇଥିଲା ଯାହାକି ଦୁଇଟି ପରମାଣୁ ଶକ୍ତି କେନ୍ଦ୍ରରୁ ବାହାରୁଥିବା ରେଡିଓଆକ୍ଟିଭ ବିକିରଣ ସହ ସମାନ ହେବ।
ଜାପାନର ‘ବାବା ଭେଙ୍ଗା’ ଜଣେ ମାଙ୍ଗା କଳାକାର ଓ ସେ ଆତ୍ମ-ଘୋଷିତ ଦିବ୍ୟଦ୍ରଷ୍ଟା ଅଟନ୍ତି। ସେ ତାଙ୍କ ଚିନ୍ତାଧାରାକୁ କମିକ୍ସ ରୂପରେ ଲେଖିଥାନ୍ତି। ତେବେ ସେ ଭବିଷ୍ୟବାଣୀ କରିଛନ୍ତି ଯେ ଜାପାନର ଦକ୍ଷିଣରେ ପାଣି ତଳେ ଜ୍ୱାଳାମୁଖୀ ଉଦ୍ଗିରଣ ହେବା ଯୋଗୁଁ ଏକ ବଡ଼ ସୁନାମି ଆସିବ। ଆଉ ଏହି ସୁନାମିରେ ଜାପାନ, ତାଇୱାନ, ଇଣ୍ଡୋନେସିଆ ଏବଂ ଉତ୍ତର ମାରିଆନା ଦ୍ୱୀପପୁଞ୍ଜ ଅଞ୍ଚଳ ପ୍ରଭାବିତ ହେବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସୁନାମି ୨୦୧୧ ଅପେକ୍ଷା ଅଧିକ ଭୟଙ୍କର ହେବ। ସେ “ଦି ଫ୍ୟୁଚର ଆଇସ” ନାମକ ଏକ ମାଙ୍ଗା ପୁସ୍ତକ ପ୍ରକାଶ କରିଥିଲେ। ଯେଉଁଥିରେ ସେ ଦାବି କରିଛନ୍ତି ଯେ ସେ ୧୯୯୯ ମସିହାରେ କରିଥିବା ଭବିଷ୍ୟବାଣୀ ସତ୍ୟ ହୋଇଥିଲା ଯାହାକି ୨୦୧୧ ମସିହାରେ ଲୋକଲୋଚନକୁ ଆସିଥିଲା।। ସେ ପୂର୍ବରୁ ଅନେକ ସତ ଭବିଷ୍ୟବାଣୀ କରିଥିବା କଥା କୁହାଯାଏ। ଏପରିକି ସେ ବିପର୍ଯ୍ୟୟର ସଠିକ୍ ତାରିଖ ମଧ୍ୟ ଭବିଷ୍ୟବାଣୀରେ ପ୍ରକାଶ କରିଛନ୍ତି।
ତେବେ ସେ ପ୍ରକାଶ କରିଥବା ପୁସ୍ତକର ଭବିଷ୍ୟବାଣୀ ଅନୁସାରେ ଫିଲିପାଇନ୍ସ, ଇଣ୍ଡୋନେସିଆ, ତାଇୱାନ ବଡ଼ ଧ୍ୱଂସର ସମ୍ମୁଖୀନ ହୋଇପାରନ୍ତି।
Comments are closed.