Latest Odisha News

BREAKING NEWS

କରୋନା ରୋଗୀଙ୍କୁ ଭଲ କରୁଛି ଜାପାନୀ ଫ୍ଲୁ ମେଡିସିନ୍ ଫ୍ଲାଭିପିରାଭିର୍

ବେଜିଂ: କରୋନା ରୋଗୀଙ୍କୁ ଭଲ କରିବା ପାଇଁ କୌଣସି ଟୀକା କିମ୍ବା ଔଷଧ ବାହାରି ନାହିଁ । ତଥାପି ଅଭିଜ୍ଞ ଡାକ୍ତରମାନେ ସେମାନଙ୍କ ଅଭିଜ୍ଞତା ବଳରେ କେତେକ ରୋଗୀଙ୍କୁ ଭଲ କରିପାରୁଛନ୍ତି । ଏହା ମଧ୍ୟରେ ଜାପାନର ଏକ ଫ୍ଲୁ ଡ୍ରଗ ନାମ ଯୋଡି ହୋଇଛି । ଜାପାନୀ ଫ୍ଲୁ ମେଡିସିନ୍ ଫ୍ଲାଭିପିରାଭି ର୍ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ କରାଗଲେ ଏହା ସଫଳ ହେଉଥିବା ଚୀନ୍ ଦାବି କରିଛି । ୮୦ ଜଣ କରୋନା ଆକ୍ରାନ୍ତଙ୍କୁ ଏହା ଦିଆଯାଇଥିଲା । ପ୍ରାୟ ସମସ୍ତଙ୍କର ଛାତିର ସଂକ୍ରମଣ ବା ଫୁସ୍‌ଫୁସ୍ ସଂକ୍ରମଣ ଠିକ୍ ହୋଇଥିବା ବେଳେ କିଛି ଦିନ ପରେ ଏମାନଙ୍କର କରୋନା ନେଗେଟିଭ୍ ହୋଇଥିଲା । ଅନ୍ୟ ରୋଗୀଙ୍କ ତୁଳନାରେ ଫ୍ଲାଭିପିରାଭିର୍ ଦିଆଯାଇଥିବା ଆକ୍ରାନ୍ତ ୧୧ ଦିନ ବଦଳରେ ୪ ଦିନରେ ଠିକ୍ ହୋଇଥିଲେ । ଫ୍ଲାଭିପିରାଭିର୍ ଦିଆଯାଇଥିବା ୯୧ ପ୍ରତିଶତ ଆକ୍ରାନ୍ତ ଠିକ୍ ହୋଇଯାଇଛନ୍ତି ।

ଅନ୍ୟ ମେଡିସିନ୍ ଦିଆଯାଉଥିବା ୬୨ ପ୍ରତିଶତ ଆକ୍ରାନ୍ତ ଠିକ୍ ହେଉଥିଲେ । ଏହାର ଚୀନ୍‌ରେ କ୍ଲିନିକାଲ୍ ଟ୍ରାଏଲ୍  କରାଯାଇଥିଲା । ଅନ୍ୟ ରୋଗୀଙ୍କ ଠାରୁ ଏମାନେ ଶୀଘ୍ର ଠିକ୍ ହେଉଛନ୍ତି । ଜାପାନର ଏହି ଔଷଧର ଅନ୍ୟନାମ ଆଭିଗାନ୍ । କୋଭିଡ୍ ୧୯ ଭାଇରସ୍‌ରେ ଏହି ଔଷଧ ସଫଳ ଭାବେ ମୁକାବିଲା କରିବା ସହ ସଂକ୍ରମଣକୁ ଶରୀରରେ କମ୍ କରୁଛି । ଜାପାନ୍ ହେଲ୍ଥ ମିନିଷ୍ଟ୍ରି ବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହି ରିପୋର୍ଟ ଦିଆଯାଇଛି ।

Leave A Reply

Your email address will not be published.