ନୂଆଦିଲ୍ଲୀ: ଭାରତରେ କରୋନା ଭୁତାଣୁ ନେଲା ଆଉ ଏକ ମୁଣ୍ଡ । କୋରନା ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ପଂଜାବର ଜଣେ ୭୨ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସେ କରୋନାରେ ସଂକ୍ରମିତ ଥିବା ଜଣପାଡିଛି ।
ସୂଚନା ମୁତାବକ, ଏହି ବ୍ୟକ୍ତି ଜଣକ ଗତ ୭ ତାରିଖରେ ଜର୍ମାନୀରୁ ଫେରିଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା । ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ବୁଧବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପଂଜାବର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ପୂର୍ବରୁ ଭାରତରେ ୩ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଦିଲ୍ଲୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏହି ମୃତ୍ୟୁ ହୋଇଥିଲା । ସେପଟେ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି ।
BREAKING NEWS
- ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ ପତ୍ନୀ
- ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା
- ପୁରୀରେ ଅସମ୍ଭାଳ ଭିଡ଼; ପଶ୍ଚିମଦ୍ୱାରରେ ଲମ୍ବା ଲାଇନ୍, ତାତିରେ କଲବଲ ଭକ୍ତ
- ଏତିକି ବେଳୁ ଜଳିଲାଣି ପୁରା ଓଡିଶା, ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ମୁହାଁ
- ଭୋଟରଙ୍କୁ ପ୍ରଭାବିତ କରିବାକୁ ହୀନ ଉଦ୍ୟମ, କୋଟିଆରେ ଡ଼ିଜିଟାଲ ମିଟର ଲଗାଇଲା ଆନ୍ଧ୍ର
- କେଜ୍ରିୱାଲଙ୍କ ପାଇଁ କେଜ୍ରିୱାଲ କୋ ଆଶୀର୍ବାଦ ଅଭିଯାନ ଆରମ୍ଭ କଲେ ସୁନୀତା
- ନିର୍ବାଚନ ପୂର୍ବରୁ ଫେସବୁକରୁ ଏହି ଫିଚର୍ସ ହଟାଇବାକୁ ମେଟାର ନିଷ୍ପତ୍ତି, ରାଜନୈତିକ ଦଳ ଉପରେ ପଡିବ ପ୍ରଭାବ
- ସମ୍ବଲପୁର ମାଟିରେ ପ୍ରଣବ; କହିଲେ, ‘ବାପାଙ୍କର କର୍ମଭୁମି ଥିବାରୁ ଆଜି ମୋ ଘରେ ଠିଆ ହେବା ପରି ଲାଗୁଛି’
- ସୁରେନ୍ଦ୍ର ସିଂ ଭୋଇ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !
- ମୁଖତାରୀ ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି