Latest Odisha News

BREAKING NEWS

ମେକଅପ୍ ଜରିଆରେ ନିଜ ରୂପକୁ ବଦଳାଇ ଦିଅନ୍ତି ଯୁବକ: ପୁଅ ହୁଅନ୍ତି ଆକର୍ଷିତ

ଜାପାନ: ସାଧାରଣତଃ ଝିଅମାନେ ବହୁତ ମେକଅପ୍ ନେବାକୁ ପସନ୍ଦ କରିଥାନ୍ତି । ସେହିପରି ଅନେକ ମେକଅପ୍ ମ୍ୟାନଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯେଉଁଥିରେ ସେମାନେ ଯୁବତୀଙ୍କୁ ଏମିତି ମେକଅପ୍ ଦିଅନ୍ତି , ତାଙ୍କୁ ତାଙ୍କ ନିଜ ଲୋକ ଚିହ୍ନିବା କଷ୍ଟକର ହୋଇପଡ଼ନ୍ତି । କିନ୍ତୁ ଏବେ ଜଣେ ଜାପାନୀ ଯୁବକ ତାଙ୍କର ମେକଅପ୍ କଳା ପାଇଁ ଚର୍ଚ୍ଚାକୁ ଆସିଛନ୍ତିି । ସେ ଅନ୍ୟକୁ ମେକଅପ୍ କରିବା ସହିତ ନିଜକୁ ଏପରି ରୂପାନ୍ତର କରନ୍ତି ଯେ ସେ ସଂପୂର୍ଣ୍ଣ ଭିନ୍ନ ପାଲଟିଯାଆନ୍ତି ।

ଜାପାନରେ ରୁହନ୍ତି ହାଟେନିଆନ । ସେ ଜଣେ ମେକଅପ୍ ଆର୍ଟିଷ୍ଟ । ଏଥିସହିତ ୨୨ ବର୍ଷୀୟ ହିଟେନିଆନ ସୋସିଆଲ ମିଡ଼ିଆ ଓ ଜାପାନ୍‌ରେ ବେଶ୍ ଲୋକପ୍ରିୟ । ହାଟେନିଆନ୍ ନିଜକୁ ଏକ ସମ୍ପୂର୍ଣ୍ଣ ଯୁବତୀ ରୂପରେ ପରିଣତ କରିପାରନ୍ତି । ଏବେ ତାଙ୍କର ଲୋକପ୍ରିୟତା ସାରା ବିଶ୍ୱରେ ବ୍ୟାପିଛି । ଏବେ ସେ ଏକ ଭିଡ଼ିଓ ସେୟାର କରିଛନ୍ତି,ଯାହାକୁ ଦେଖିଲେ ଆପଣ ଚିହ୍ନି ପାରିବେ ନାହିଁ । ବିନା ମେକଅପ୍‌ରେ ଗୋଟେ ଫଟୋ ପୋଷ୍ଟ କରିଥିବା ବେଳେ ଆଉ ଗୋଟେ ଫଟୋ ମେକଅପ୍‌ରେ ସେୟାର କରିଛନ୍ତି । ଦୁହିଁଙ୍କ ମଧ୍ୟରେ ଏତେ ପାର୍ଥକ୍ୟ ଥିଲା ଯେ ସେମାନଙ୍କୁ ଚିହ୍ନିବା ପ୍ରାୟ ଅସମ୍ଭବ । ସେ ନିଜେ ମେକଅପ୍ ନେଇ ନିଜ ଚେହେରାକୁ ଗୋଟେ ସୁନ୍ଦରୀ ଯୁବତୀ ବେଶରେ ସଜ୍ଜିତ କରିଛନ୍ତି । ଆଉ ଏହି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ହିଟେନିଆନ କୁହନ୍ତି, ମୋ ଫଟୋକୁ ଦେଖି ପୁଅମାନେ ଖୁବ୍ ଆକର୍ଷିତ ହୁଅନ୍ତି । ଦିନେ ଗୋଟେ ପୁଅ ସହିତ ଡ଼େଟ୍‌ରେ ଯିବା ସହ ତାଙ୍କ ଘରକୁ ବି ଯାଇଥିଲେ । ଯେତେବେଳେ ସେ ବିନା ମେକଅପ୍‌ରେ ବାଥରୁମରୁ ବାହାରକୁ ଆସିଲେ, ତାଙ୍କୁ ଦେଖି ପୁଅଟି ଆଶ୍ଚର୍ଯ୍ୟ ହେବା ସହ ରାଗିଯାଇଥିଲା । ତାଙ୍କର ଏହି କଳା ଏତେ ଆଶ୍ଚର୍ଯ୍ୟଜନକ ଯେ ସେ ପ୍ରକୃତରେ କିଏ ତାହା କେହି କହିପାରୁ ନାହାନ୍ତି ।

Leave A Reply

Your email address will not be published.