Latest Odisha News

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ, ଦର୍ଶକଙ୍କ ମନକୁ ଛୁଇଁଛି

ମୁମ୍ବାଇ: ବଲିଉଡ଼ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ସୋମବାର ରିଲିଜ ହୋଇଯାଇଛି । ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଛି । ଏହି ଗୀତଟି ଦର୍ଶକଙ୍କ ମନକୁ ଛୁଇଁଛି । ଏହି ଫିଲ୍ମକୁ ନେଇ ଶାହାରୁଖଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ‘ଜିନ୍ଦା ବନ୍ଦା’ ଗୀତକୁ ଅନିରୁଦ୍ଧ ରବିଚନ୍ଦ୍ର ଗାଇଥିବା ବେଳେ ଇର୍ଶାଦ କାମିଲ ଏହାକୁ ଲେଖିଛନ୍ତି ।

ଶାହାରୁଖ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ‘ଜିନ୍ଦା ବନ୍ଦା’ ଗୀତକୁ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଯେ, ଯେତେବେଳେ ନୀତି ବିପଦରେ ପଡ଼େ, ସେତେବେଳେ ଜଣଙ୍କୁ ଯୁଦ୍ଧ କରିବାକୁ ପଡ଼ିବ, ଏହି ଯୁଦ୍ଧ ହିଁ ଆପଣଙ୍କୁ ଜୀବନ୍ତ କରିଥାଏ । ମୋତେ ଏହି ସୁନ୍ଦର କପଲେଟ୍ ସାମାନ୍ୟ ପରିବର୍ତ୍ତନ ସହିତ ବ୍ୟବହାର କରିବାକୁ ଦେଇଥିବାରୁ ମୁଁ ୱାସିମ୍ ବରେଲଭି ସାହେବଙ୍କୁ ମୋର ହୃଦୟରୁ ଧନ୍ୟବାଦ ଦେଉଛି ।

ପଠାନ୍‌ର ସଫଳତା ପରେ ଶାହାରୁଖଙ୍କ ଯବାନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଏହାର ନିର୍ମାତା ଏବେ ଫିଲ୍ମ ‘ଯବାନ’ର ଜିନ୍ଦା ବନ୍ଦା ଗୀତ ରିଲିଜ୍ କରିଛନ୍ତି । ଏହି ଗୀତରେ ଶାହାରୁଖଙ୍କ ନିଆରା ଷ୍ଟାଇଲକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଗୀତରେ ଶାହାରୁଖ ପୁରା ଜେଲର ସେଟ୍‌ଅପ୍ ଭିତରେ ଡ଼୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

Comments are closed.