Latest Odisha News

BREAKING NEWS

ଯବାନଙ୍କୁ ମାଡ ଅଭିଯୋଗ ,ଥାନାରେ ଏତଲା

ଗୁଣୁପୁର : ଯବାନଙ୍କୁ ମାଡ ଅଭିଯୋଗ । ଆଇଆରଵି ଏନ ଯବାନଙ୍କୁ କମାଣ୍ଡାଣ୍ଟଙ୍କ ମାଡ଼ ଅଭିଯୋଗ । ଘଟଣା ନେଇ ଥାନାରେ ଏତାଲା ଦିଆଯାଇଥିବା ବେଳେ ଯବାନଙ୍କୁ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୟଗଡା ଜିଲ୍ଲାର ଗୁଣୁପୁର ଭାମିନି ପୋଲିସ ବାଟାଲିଅନରେ ଘଟିଛି ଘଟଣା । କମାଣ୍ଡାଣ୍ଟ ଦିଲୀପ ମହାପାତ୍ର ନିଜ ବିବାହ ବାର୍ଷିକୀ ଉପଲକ୍ଷେ ଏକ ଭୋଜିର ଆୟୋଜନ କରିଥିଲେ । ହେଲେ କୋଭିଡ ନିୟମ ଉଲଙ୍ଘନ ହେଉଥିବା ନେଇ ବିରୋଧ କରିଥିଲେ ଯବାନ ।

ଉଭୟଙ୍କ ମଧ୍ୟରେ ପ୍ରଥମେ ବଚଷା ଏବଂ ପରେ କିଛି ଯବାନଙ୍କ ସହାୟତାରେ କ୍ଷୀରୋଦଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ କ୍ଷୀରୋଦଙ୍କୁ ଗୁଣୁପୁର ସଦର ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାକୁ ନେଇ ଗୁଣୁପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।

Leave A Reply

Your email address will not be published.