Latest Odisha News

ଉତ୍ତରାଖଣ୍ଡ ସିଏମଙ୍କ ‘ରିପ୍‌ଡ ଜିନ୍ସ’ ଉପରେ ମନ୍ତବ୍ୟକୁ ନେଇ କଡା ଜବାବ ଦେଲେ ସାଂସଦ ଜୟା ବଚ୍ଚନ

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଥିବା ‘ରିପ୍‌ଡ ଜିନ୍ସ’ ବିବାଦକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ‘ରିପ୍‌ଡ ଜିନ୍ସ’ ପିନ୍ଧିଥିବା ମହିଳାମାନଙ୍କୁ ସମାଲୋଚନା କରିବା ପରେ ସେମାନଙ୍କ ପିଲାମାନଙ୍କ ପାଇଁ ଉପଯୁକ୍ତ ପିତାମାତା ହେବାର କ୍ଷମତା ଉପରେ ପ୍ରଶ୍ନ କରିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ଏ ନେଇ ଜୟା କହିଛନ୍ତି ‌ଯେ, “ଆଜିର ସମୟରେ ଆପଣ ଏପରି କଥା କହୁଛନ୍ତି, କିଏ କେଉଁ ଧରଣର ପୋଷାକ ପିନ୍ଧିବ ଏବଂ କିଏ ସଂସ୍କୃତି ସହ ଜଡ଼ିତ ତାହା ଆପଣ ସ୍ଥିର କରିବେ? ଏଭଳି ଖରାପ ମାନସିକତା ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ଉତ୍ସାହିତ କରିଥାଏ। “

Comments are closed.