Latest Odisha News

BREAKING NEWS

ଟ୍ରୋଲିଂକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ପ୍ରବଚିକା ଜୟା କିଶୋରୀ। ଭାଇରାଲ ହୋଇଥିବା ଏକ ଭିଡିଓରେ ତାଙ୍କ ଜଣାଶୁଣା ବ୍ରାଣ୍ଡ ‘ଡିଓର’ ର ଏକ ବ୍ୟାଗ ଥିଲା ଓ ସେଥିରେ ବିଶେଷ କରି ତାଙ୍କ ନାମ ମଧ୍ଯ ଲେଖାଯାଇଥିଲା ୲ ତେବେ ବ୍ୟାଗର ଦାମ୍ ପ୍ରାୟ ୨ ଲକ୍ଷରୁ ଅଧିକ ଏବଂ ଗାଈ ଚମଡାରେ ତିଆରି ବୋଲି ଚର୍ଚ୍ଚା ହୋଇଥିଲା। ଯାହାକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି।

ଜୟା କିଶୋରୀ କହିଛନ୍ତି, “ସନାତନୀ ସର୍ବଦା ଟାର୍ଗେଟରେ ରହିଆସିଛନ୍ତି। ସନାତନଙ୍କୁ ଟାର୍ଗେଟ କରାଯାଇଛି। ଅନେକ ବର୍ଷ ଧରି ମୋ ପାଖରେ ଏହି ବ୍ୟାଗ୍ ଅଛି। ମୁଁ ନିଜର ଗ୍ୟାରେଣ୍ଟି ନେଇପାରିବି କିନ୍ତୁ କମ୍ପାନୀର ନୁହେଁ। ମୁଁ ଜଣେ ସାଧାରଣ ଝିଅ, ମୁଁ ସାଧୁ କିମ୍ବା ସନ୍ଥ ନୁହେଁ। ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି, ଯଦି ଆପଣଙ୍କୁ କିଛି ପସନ୍ଦ ଆସିଯାଏ, ତେବେ ଆପଣ ଏହାକୁ କିଣନିଅନ୍ତି।

ଅଧିକ ପଢନ୍ତୁ- ଦାମୀ ବ୍ୟାଗ ପାଇଁ ଟ୍ରୋଲ ହେଉଛନ୍ତି ଜୟା କିଶୋରୀ, ଜାଣନ୍ତୁ କେତେ ରହିଛି ଦାମ୍

ତେବେ ସେ ଆହୁରି ମଧ୍ଯ କହିଛନ୍ତି ଯେ, ମୁଁ କଦାପି ଚମଡ଼ା ବ୍ୟବହାର କରି ନାହିଁ ଏବଂ କେବେବି କରିବି ନାହିଁ। ଯେଉଁମାନେ ମୋ ପ୍ରବଚନ ଶୁଣିଛନ୍ତି ସେମାନେ ବହୁତ ଭଲ ଭାବରେ ଜାଣନ୍ତି ଯେ ମୁଁ କଦାପି କୁହେ ନାହିଁ ଯେ ସବୁକିଛି ମୋହମାୟା, ଟଙ୍କା ରୋଜଗାର କରନ୍ତୁ ନାହିଁ କିମ୍ବା ସବୁକିଛି ଛାଡଦିଅନ୍ତୁ ନାହିଁ। କାରଣ ମୁଁ ବି କିଛି ତ୍ୟାଗ କରିନାହିଁ।

ମୁଁ ଯୁବକମାନଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ, ଟଙ୍କା ରୋଜଗାର କରିବାକୁ, ନିଜକୁ ଭଲ ଜୀବନ ଦେବା ଏବଂ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ କହିଥାଏ।

 

Comments are closed.