Latest Odisha News

BREAKING NEWS

ଜଗନ୍ନାଥଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ; କହିଲେ, ବିଜେଡିର ହ୍ୟାଙ୍ଗଓଭର ଯାଇନି..

ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ତାଙ୍କ ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ୍‌ କଲେ ଜୟନାରାୟଣ । ସେ କହିଛନ୍ତି ଯେ, OAS ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି । ଗୋଟିଏ ପଟେ ବନ୍ୟା ସ୍ଥିତି, ରଥଯାତ୍ରା ଅଘଟଣ ବେଳେ ଧର୍ମଘଟ । କୋର୍ଟ ଗାଇଡଲାଇନ୍‌ ନ ମାନି ଯେଉଁ ନାଟକ କଲେ ଜଣାପଡ଼ୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି ।

ଜଗା ପ୍ରଧାନଙ୍କ ନାଁରେ ଏଫଆଇଆର୍ ନାହିଁ, ସେ ସ୍ଥାନରେ ବି ସେ ନଥିଲେ । ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇଥିଲା କି । ଯେଉଁ ଅଫିସର ଲୋକଙ୍କ ସହ ନ ରହିବେ, ଲୋକେ ରାଗିବା ସ୍ବାଭାବିକ ବୋଲି ଜୟନାରାୟଣ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଗୁରୁବାର ଆତ୍ମସମର୍ପଣ କରିବା ପରେ ଜଗନ୍ନାଥ ପ୍ରଧାନଙ୍କୁ କମିଶନରେଟ ପୋଲିସ୍ ଗିରଫ କରିଛି । ତାଙ୍କ ନାଁରେ ୧୨୧(୨) ଧାରା ଭଳି ସଙ୍ଗୀନ ଧାରା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ୍ । ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା । ତେବେ ତାଙ୍କ ଓକିଲ ଜାମିନ୍ ଆବେଦନ କରିଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନକୁ JMFC କୋର୍ଟ ଖାରଜ କରିଦେଇଥିଲେ । ଫଳରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଦିଆଯାଇଛି । ଏବେ ସିଏ ଝାଡପଡା ଜେଲରେ ଅଛନ୍ତି ।

Comments are closed.