ବରଗଡ: ସାଧାରଣରେ ପଟ୍ଟଚିତ୍ର ଏବଂ ହାତ ଅଙ୍କା ଜିନିଷର ବେଶ୍ ଚାହିଦା ଥାଏ । ଇଣ୍ଟରନେଟରେ ବି ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବେଶ୍ ପ୍ରଶଂସା ମିଳିଥାଏ । ହେଲେ ଏବେ ଜଗନ୍ନାଥଙ୍କର ଏକ ଚିତ୍ର ଆଙ୍କି ଅଡୁଆରେ ପଡିଛନ୍ତି ଜଣେ ଯୁବକ । ଆଉ ତାଙ୍କ ଭଲ୍ ହୋ ସେ କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରିଛନ୍ତି । ଯାହାକୁ ନେଇ ଏବେ ତାଙ୍କ ଗିରଫ ଦାବି ହୋଇଛି ।
ତେବେ ବରଗଡ଼ ଜିଲ୍ଲା ବିଜେପୁରର ଆଶିଷ ମେହେର ନାମକ ଜଣେ ଯୁବକ କଇଁଛ ପିଠିରେ କିପରି ଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି ସେନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟିକୁ ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ରିଲ୍ ଭିଡ଼ିଓରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଗୋଟିଏ କୁନି କଇଁଛଟିକୁ ଧରି ତା ପିଠିରେ ଚିତ୍ର ଆଙ୍କି ପରେ ତାକୁ ପୋଖରୀରେ ଛାଡିବାର ଦୃଶ୍ୟ ରହିଛି ।
ଏହି ଭିଡିଓ ଭାଇରାଲ ହେବା ପରେ ଏନେଇ ଶୁଭେନ୍ଦୁ ବନ୍ୟ ପ୍ରାଣୀ ଆଇନ୍ ଉଲ୍ଲଂଘନର କରିଥିବା ଅଭିଯୋଗ ଆସିଛି । ରାଜ୍ୟର ଚିଫ୍ ଓ୍ବାଇଲ୍ଡ ଲାଇଫ୍ ଓ୍ବାଡେଙ୍କୁ ଏହି ଅଭିଯୋଗ କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ତେବେ ଭିଡ଼ିଓ ରେ ଏକ ଇଣ୍ଡିଆନ୍ ଫ୍ଲାପ୍ ସେଲ୍ ଟରଟଲକୁ ଧରି, ତା ପିଠିରେ ରଙ୍ଗ ତୂଳୀରେ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କି, ସେଇ ରଙ୍ଗ ଥାଇ ପାଣିରେ ଛାଡ଼ିବା ଦୃଶ୍ୟ ଦେଖା ଯାଉଛି । ଏଇ କଇଁଛ ବନ୍ୟ ପ୍ରାଣୀ ଆଇନ୍ ରେ ସିଡ୍ୟୁଲ ୧ ତାଲିକାରେ ସଂରକ୍ଷିତ । ଏଥିପାଇଁ ୭ ବର୍ଷ ଯାଏଁ ଜେଲ, ୧ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ଅଛି । ଯାହାକୁ ନେଇ ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ଶୁଭେନ୍ଦୁ ମଲ୍ଲିକ ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଅନୁରୋଧ କରିଛନ୍ତି ଶୁଭେନ୍ଦୁ । ଏହି ଚିଠି ର ଏକ ନକଲ ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଦେଇଛନ୍ତି ।
Comments are closed.