Latest Odisha News

BREAKING NEWS

ଇଣ୍ଡିଆ ମେଣ୍ଟରେ ସାମିଲ ହେବ ବିଏସପି ! ମୁ୍ହଁ ଖୋଲିଲେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ ପରେ ବହୁଜନ ସମାଜପାର୍ଟି ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ବିଏସପିକୁ ଇଣ୍ଡିଆ ମେଣ୍ଟରେ ସାମିଲ କରବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ଏବଂ କହିଛନ୍ତି, ମେଣ୍ଟ ଦଳ ମଧ୍ୟରେ ଖୁବ ଶୀଘ୍ର ଆସନ ବୁଝାମଣ ହୋଇଯିବା ଉଚିତ ।

ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ରବିବାର ଅହେଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ବିଏସପି ଇଣ୍ଡିଆ ମେଣ୍ଟରେ ସାମିଲ ହେବା ଚର୍ଚ୍ଚା ଉପରେ କହିଥିଲେ, ବିଏସପିର ଇଣ୍ଡିଆ ମେଣ୍ଟରେ ସାମିଲ ହେବା ନେଇ କୌଣସି ଆଲୋଚନା ହୋଇନାହିଁ । ଏ ନେଇ ମିଡିଆରେ ଖବର ଆସୁଛି । ତେବେ ଏ ନିଷ୍ପତ୍ତି ବିଏସପିକୁ କରିବାକୁ ପଡିବ । ବିଏସପି ମୁଖ୍ୟ ମାୟାବତୀ ପ୍ରଥମରୁ କହି ଆସୁଛନ୍ତି, ସେ ଇଣ୍ଡିଆ ମେଣ୍ଟରେ ସାମିଲ ହେବେ ନାହିଁ । ତାଙ୍କୁ ଜବରଦସ୍ତ କେହି ମେଣ୍ଟରେ ସାମିଲ କରିପାରିବେ ନାହିଁ ।

ଜୟନ୍ତ ଚୌଧୁରୀଙ୍କ କହିବା ଅନୁସାରେ, ଇଣ୍ଡିଆ ମେଣ୍ଟ ମଧ୍ୟରେ ଖୁବ ଶୀଘ୍ର ଆସନ ବୁଝାମଣା ହେବ ।

Comments are closed.