Latest Odisha News

BREAKING NEWS

ବିଜେପି ହାତ ଛାଡିବେ ଜୟରାମ ପାଙ୍ଗି : ଗଠନ କଲେ ଦଣ୍ଡକାରାଣ୍ୟ ପର୍ବତମାଳା ବିକାଶ ପରିଷଦ

କୋରାପୁଟ : ବିଜେପି ଛାଡିବେ କି ଜୟରାମ ପାଙ୍ଗି । ମାଟିର ବିକାଶ ପାଇଁ ବିଜେପି ଛାଡିବେ ଜୟରାମ ପାଙ୍ଗି । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡିବେ କହିଛନ୍ତି ଜୟରାମ ପାଙ୍ଗି । ଏହାସହ ଗଠନ କରିଛନ୍ତି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ । ରାଜନୈତିକ ଦଳ ଗୁଡିକ ଅବିଭକ୍ତ କୋରାପୁଟ ଜିଲ୍ଲାର ଯେଉଁଭଳି ବିକାଶ କରିବା କଥା, ତାହା କରନାହାନ୍ତି ବୋଲି କହିଛନ୍ତି ଜୟରାମ ପାଙ୍ଗି ।

ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡର କିଛି ଅଞ୍ଚଳକୁ ନେଇ ସ୍ବୟଂ ଶାସିତ ଅଞ୍ଚଳ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କୋଟିଆ ସମେତ ସୀମାର ସୁରକ୍ଷା ଓ ସୀମାନ୍ତ ଲୋକଙ୍କ ସ୍ବାର୍ଥ ପ୍ରତି ଅବହେଳା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଗତକାଲି ୪ଟି ଜିଲ୍ଲା ସମେତ ସୀମାନ୍ତ ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ନେଇ କୋରାପୁଟରେ ଏକ ବୈଠକ କରିଥିଲେ ଜୟରାମ ପାଙ୍ଗି ।

ପଟାଙ୍ଗି ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାୟକ ହୋଇଥିବା ସହ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ ଜୟରାମ ପାଙ୍ଗି । ବିଜୁ ଜନତା ଦଳରୁ କୋରାପୁଟ ଲୋକସଭାରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ତେବେ ବିଜୁ ଜନତା ଦଳରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ବିଜେପିରୁ କୋରାପୁଟ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଆସନ୍ତା ୧୦ ତାରିଖ ପୂର୍ବରୁ ବିଜେପି ଛାଡ଼ିବେ ବୋଲି ଜୟରାମ କହିଛନ୍ତି ।

Leave A Reply

Your email address will not be published.