Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍ ଆଜି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇଛି । କରୋନା ମହାମାରୀ ଏବଂ କଡା କ୍ୱାରୋଂଟାଇନ ନିୟମ ଯୋଗୁ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୟୁରୋପ ଦେଶଗୁଡିକ ମଧ୍ୟରେ ଇଂଲଣ୍ଡ କରୋନା ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସି ନାହିଁ ଏବଂ ଏସିଆନ୍ ଗେମ୍ସକୁ ଆମେ ଗୁରୁତ୍ୱ ଦେବାକୁ ଚାହୁଁଛୁ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

୨୦୨୨ରେ ଚୀନର ଝୋଙ୍ଗହୁରେ ଆୟୋଜିତ ହେବ । ଏଥିରେ ଭାରତୀୟ ଟିମ୍ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଉଦ୍ୟମ କରିବ । ଏସିଆନ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ମଧ୍ୟରେ ୩୨ ଦିନର ବ୍ୟବଧାନ ଥିବାରୁ ଆମ ଟିମ ବର୍ମିଂହାମ ଯିବନି ବୋଲି ହକି ଇଣ୍ଡିଆ ସ୍ପଷ୍ଟ କରିଛି । ସୂଚନାଯୋଗ୍ୟ, ଇଂଲଣ୍ଡ ଭାରତରେ ହେବାକୁ ଥିବା ଏଫଆଇଏଚ ଜୁନିୟର ହକି ବିଶ୍ୱକପରୁ ଓହରି ଯାଇଛି । ଏହାର ଜବାବରେ ଭାରତ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.