Latest Odisha News

ଉନାଡକଟଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ପେସ୍ ବୋଲର ଜୟଦେବ ଉନାଡକଟ ରବିବାର ରିନ୍ନିଙ୍କ ବିଉଟିରେ ବୋଲ୍ଡ ହୋଇଛନ୍ତି । ସୌରାଷ୍ଟ୍ରକୁ ରଣଜୀ ଚାମ୍ପିୟନ୍ କରାଇଥିବା ପେସ୍ ବୋଲର ଉନାଦକଟଙ୍କ ରବିବାର ରିନ୍ନିଙ୍କ ସହ ନିର୍ବନ୍ଧ ସମ୍ପନ୍ନ କରିଛନ୍ତି । ସେ ସୋଶାଲ ମିଡିଆରେ ନିଜ ଭାବିପତ୍ନୀ ରିନ୍ନିଙ୍କ ସହ ଫଟୋ ଶେଆର କରିଛନ୍ତି। ଉନାଦକଟଙ୍କ ଭାବିପତ୍ନୀ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ଶେଷରେ ମୁଁ ମୋ ଲାଇଫ୍ ପାର୍ଟନରକୁ ପାଇ ବହୁତ ଖୁସି।

ଉନାଦକଟଙ୍କ ନିର୍ବନ୍ଧ ସମାରୋହରେ ଭାରତୀୟ କ୍ରିକେଟର୍ ତଥା ସୌରାଷ୍ଟ୍ର ସାଥୀ ଖେଳାଳି ଚେତେଶ୍ୱର ପୂଜାରା ସାମିଲ୍ ହୋଇଥିଲେ। ପୂଜାରା ଉନାଦକଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂଜାରା ଟ୍ୱିଟର୍ ହ୍ୟାଣ୍ଡଲରେ ନିଜ ପତ୍ନୀ, ଉନାଦକଟ୍ ଓ ରିନ୍ନିଙ୍କର ଫଟୋ ଶେଆର୍ କରିଛନ୍ତି। ସୂଚନାଯୋଗ୍ୟ, ଉନାଦକଟ୍ ନିକଟରେ ଶେଷ ହୋଇଥିବା ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ନେତୃତ୍ୱରେ ସୌରାଷ୍ଟ୍ର ପ୍ରଥମଥର ଲାଗି ରଣଜୀ ଟ୍ରଫି ଟାଇଟଲ୍ ଜିତିଥିଲା।

Comments are closed.