Latest Odisha News

BREAKING NEWS

କରୋନା ମୁକାବିଲା: ୪ ଓଏସଡି ନିଯୁକ୍ତ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ଘାତକ କରୋନାଭାଇରସର ମୁକାବିଲା କରିବା ପାଇଁ ଓଡିଶା ସରକାର ୪ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ବିଶେଷ ଡ୍ୟୁଟି ପାଇଁ ୪ଜଣ ଯୁବ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।

ଏକ ପ୍ରଶାସନିକ ଅଧିସୂଚନା ଅନୁସାରେ, ୨୦୧୭ ବ୍ୟାଚର ୪ଜଣ ଆଇଏଏସ ଅଧିକାରୀ ପି ଅନ୍ୱେଷା ରେଡ୍ଡୀ(ଓଡିଶା ଖଣି ନିଗମ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ), ସୋମେଶ କୁମାର ଉପାଧ୍ୟାୟ(ଓମଫେଡର ମୁଖ୍ୟ ପ୍ରବନ୍ଧକ), ପାଟିଲ ଆଶିଷ ଈଶ୍ୱର(ଓଡିଶା ଗ୍ରୀଡ କର୍ପୋରେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ) ଓ ଦିବାକର ଟି.ଏସ(ଓଏସଡି, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର)ଙ୍କୁ ଜୁନ ୩୦ ଯାଏଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.