Latest Odisha News

ଚୀନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି : ସ୍କୁଲ, ରାଜରାସ୍ତା ଖୋଲିଲା

ବେଜିଂ: ଚୀନରୁ ସାରା ବିଶ୍ୱକୁ କରୋନା ଭାଇରସ ବ୍ୟାପିଥିଲେ ମଧ୍ୟ ସେଠାରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଚୀନରରେ ୮୦,୮୪୯ ସଂକ୍ରମିତ ହୋଇଥିବା ବେଳେ ୩୧୯୯ ମୃତ୍ୟୁବରଣ କରିଥିଲେ । ସରକାରଙ୍କ କଡା ପଦକ୍ଷେପ ଏବଂ ନାଗରିକଙ୍କ ଉଦ୍ୟମ ଏହା ଏବେ ପରିସ୍ଥିତିକୁ ସାମାନ୍ୟ କରିଛି । ରବିବାର ମାତ୍ର ୨୫ଟି ମାମଲା ସାମ୍ନାକୁ ଆସୁଛି ।

୧୪୪ ହାଇସ୍କୁଲ ଓ ୨୮ଟି ଅଂଚଳର ହାଇୱେକୁ ଖୋଲି ଦିଆଯାଇଛି । ଆଉ କିଛି ଦିନ ଅନୁଧ୍ୟାନ କରାଯିବା ପରେ ଧିରେ ଧିରେ ସବୁ କଟାକଣା ଉଠାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଇଟାଲୀ, ଇରାନ, ଆମେରିକାରେ ସରକାର ଏ ପର୍ଯ୍ୟନ୍ତ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣି ପାରି ନାହାନ୍ତି ।

Leave A Reply

Your email address will not be published.