ଜମ୍ମୁ : ଜମ୍ମୁ-କଶ୍ମୀର ପୁଞ୍ଚ ସେକ୍ଟରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଜୁନିଅର କମିଶନ ଅଫିସର ଜେସିଓ ସମେତ ଦୁଇ ଯବାନ ସହିଦ ହୋଇଛନ୍ତି। ଗତକାଲି ରାତିରେ ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ରାତି ତମାମ ସର୍ଚ୍ଚ ଅପରେସନ ଚାଲିଥିଲା ।
ଉଭୟପଟୁ ଅତର୍କିତ ଗୁଳିମାଡରେ ଜେସିଓ ଘଟଣା ସ୍ଥଳରେ ସହିଦ ହୋଇଥିଲେ। ଅନ୍ୟପଟେ ଏହି ଘଟଣାରେ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ରଜୌରି ପୁଞ୍ଚ ହାୱେକୁ ବନ୍ଦ କରିଦିଆଯାଇଛି । ଏବେବି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଗତ କିଛି ଦିନ ହେଲା ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି।
Comments are closed.