Latest Odisha News

ଏହି ମନ୍ଦିରକୁ ଜିନ୍ସ ପ୍ୟାଣ୍ଟ ଏବଂ ଟି-ଶର୍ଟ ମନା

ବ୍ୟୁରୋ : ଆପଣମାନେ ଜାଣିଥିବେ ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ହେଲେ ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି ଅଛି ଓ କ’ଣ ରହିଛି ସେଠିକାର ନିତୀ ନିୟମ ।

ଏମିତି ଏକ ମନ୍ଦିର ଅଛଇ ଯେଉଁଠିକୁ ଆପଣ ଜିନ୍ସ ପ୍ୟାଣ୍ଟ ଏବଂ ଟି-ଶର୍ଟ ପିନ୍ଧି ଯାଇପାରିବେ ନାହିଁ। ଏହା ଶୁଣି ଆପଣଙ୍କୁ ଆାଶ୍ଚର୍ଯ୍ୟ ଲାଗୁଥିବ ନା, ହଁ ଦର୍ଶକ ବନ୍ଧୁ ଏହା ସତ । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ଏପରି ମନ୍ଦିର ମଧ୍ୟପ୍ରଦେଶର ରିଓ୍ବାରେ ରହିଛି। ଏହି ମନ୍ଦିରର ନାମ ଦେବତଲାବ। ଶିବରାତ୍ରିରେ ଏହି ମନ୍ଦିରକୁ ଗଲେ ଏଠାରେ ଡ୍ରେସ କୋଡ୍‌ ଲାଗୁ ହୋଇଥାଏ। ଏହି ମନ୍ଦିରକୁ ଆପଣ ଜିନ୍ସ, ଟି-ଶର୍ଟ, କୋଟ୍‌ କିମ୍ବା ଟ୍ରାଉଜର ପିନ୍ଧି ମନ୍ଦିର ଭିତରକୁ ଯାଇପାରିବେ ନାହିଁ। ଭକ୍ତମାନେ ଜାଗର ଉପଲକ୍ଷେ କେବଳ ଡ୍ରେସ କୋଡ୍‌ ଧୋତି ପିନ୍ଧି ଭଗବାନ ଶିବଙ୍କୁ ଦର୍ଶନ କରିପାରିବେ। ଏନେଇ ବିଧାନସଭା ବାଚସ୍ପତି ଗିରିଶ ଗୌତମ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶନାମା ପାଳନ କରିବାକୁ ଏସ୍‌ଡିଓପି ବ୍ୟବସ୍ଥା କରିବା ଉଚିତ୍‌ ବୋଲି ମଧ୍ୟ କହିଛନ୍ତି। ଗୗତମ ଆହୁରି ମଧ୍ୟ କହିଛନ୍ତି ଯେ, ମହାଶିବରାତ୍ରି ପୂର୍ବରୁ ମନ୍ଦିରର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବା ଉଚିତ। ମହାଶିବରାତ୍ରିରେ ହଜାର ହଜାର ଭକ୍ତ ପ୍ରାଚୀନ ମନ୍ଦିର ପରିଦର୍ଶନ କରିଥାନ୍ତି। ଏବଂ ଏହି ଦିନ ପାରମ୍ପରିକ ପୋଷାକ ପିନ୍ଧିବା ପରେ ହିଁ ମନ୍ଦିରରେ ପ୍ରବେଶ ଅନୁମତି ମିଳିଥାଏ। ଗୌତମ ଦେଇଥିବା ଡ୍ରେସ କୋଡ ହେଲା, ପୁରୁଷମାନେ ପାରମ୍ପରିକ ପୋଷାକ ଯଥା ପାଇଜାମା-କୁର୍ତ୍ତା ଏବଂ ମହିଳାମାନେ ଶାଢ଼ି ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ। ନହେଲେ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ।

Leave A Reply

Your email address will not be published.