Latest Odisha News

ଯୁଦ୍ଧ ଲାଗି ସଜବାଜ; କାହା ପାଖରେ କେତେ ଅସ୍ତ୍ର ଜାଣନ୍ତୁ…

ଭୁବନେଶ୍ୱର: ଦିନକୁ ଦିନ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିଲେ ମଧ୍ୟ ଚୀନର ଯୁଦ୍ଧଖୋର ମନୋବୃତ୍ତି ସ୍ପଷ୍ଟ ବାରି ହୋଇ ପଡୁଛି । ଚୀନର ବିସ୍ତାରବାଦୀ ନୀତିକୁ ଭାରତ ଆଦୌ ଖାତିର୍ କରୁନାହିଁ ବୋଲି ଶୁକ୍ରବାର ଦିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ପଷ୍ଟ କହିଛନ୍ତି ।

ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ଅନ୍ତରାଷ୍ଟ୍ରୀୟସ୍ତରରେ ଆଲୋଚିତ ହେବାରେ ଲାଗିଛି । ଗଲୱାନ ଘାଟିରେ ଗତମାସ ଚୀନ ଭାରତୀୟ ସୈନ୍ୟଙ୍କ ଉପରେ ଅଚାନକ ଆକ୍ରମଣ କରିବା ଯୋଗୁଁ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଲଦାଖରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ଭାରତୀୟ ସୈନିକମାନେ ସୀମାନ୍ତ ଆଡ଼କୁ ମୁହାଁଇଛନ୍ତି । ଚୀନର ସମସ୍ତ ସାମରିକ ଯୋଜନାକୁ ତୁରନ୍ତ ପଣ୍ଡ କରିବା ଲାଗି ଭାରତୀୟ ସେନା ବାହିନୀ ସଦା ତପ୍ତର ବୋଲି ଭାରତୀୟ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ସୂଚନା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ଭାରତୀୟ ଯବାନମାନଙ୍କ ମନୋବଳ ବୃଦ୍ଧି ଲାଗି କହିଛନ୍ତି ଯେ, ଗଲୱାନ ଘାଟୀ ଆମର । ବିସ୍ତାରବାଦ ଯୁଗର ଅନ୍ତ ହୋଇଯାଇଛି, ଏବେ ବିକାଶବାଦର ସମୟ । ଚୀନ ଓ ପାକିସ୍ତାନକୁ ପରୋକ୍ଷ ଭାବେ ଲେହରେ ସତର୍କବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଚୀନରେ ଆସିଥିବା ମରଣାନ୍ତକ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଖୋଦ୍ ଚୀନର ବିସ୍ତାରବାଦୀ ମନୋଭାବକୁ ଭାରତ ସମେତ, ଆମେରିକା, ଫ୍ରାନ୍ସ, ଇସ୍ରାଏଲ, ଇଂଲଣ୍ଡ, ଜର୍ମାନୀ, ଜାପାନ, ସ୍ପେନ ଓ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ରାଷ୍ଟ୍ରମାନେ ନାପସନ୍ଦ କରିବାରେ ଲାଗିଛନ୍ତି । ଚୀନକୁ ଏହି ସମୟରେ ପାନେ ଦେବାକୁ ସୁଯୋଗ ଉଣ୍ଡୁଛନ୍ତି ଏହିସବୁ ରାଷ୍ଟ୍ରମାନେ । ଚୀନ ଏବେ ଏକପ୍ରକାଣ ଏକ ଘରିକିଆ ହୋଇପଡ଼ିଥିବା ଜଣାପଡୁଛି । ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ୍ ଘଟଣାରେ ପାକିସ୍ତାନ ଓ ଚୀନ ଭାରତକୁ ଅଯଥା ଦୋଷାରୋପ କରି ଅନ୍ତର୍ଜାତୀୟ ସ୍ତରରେ ଲୋକହସା ହୋଇଛନ୍ତି । ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ କୂଟନୀତିର ଏକ ବିରାଟ ବିଜୟ କହିଲେ ଚଳେ । ଚୀନର ସମସ୍ତ ରାଜନୀତି, କୂଟନୀତି କିମ୍ବା ଅର୍ଥନୈତିକ ପ୍ରଗତି ଲାଗି ସମସ୍ତ ଯୋଜନା ଗୁଡ଼ିକ ଫସର ଫାଟିଯାଇଥିବା ଲକ୍ଷ୍ୟ କରାଯାଉଛି । ଏଥିରେ ଚୀନର କମ୍ୟୁନିଷ୍ଟ୍ ସରକାର କ୍ଷୁବ୍ଧ ହେବା ସ୍ୱାଭାବିକ । ତେଣୁ ଏବେ ଚୀନ ସାଗରରେ ଚୀନ ନୌବାହିନୀ ପକ୍ଷରୁ ଆରମ୍ଭ ହୋଇଛି ସାମରିକ ଡ୍ରିଲ୍ । ଏକ ଯୁଦ୍ଧ ଲାଗି ଚୀନ ସଜବାଜ ହେଉଥିବା ନେଇ ବିଶ୍ୱସ୍ତରୀୟ ସାମରିକ ବିଶାରଦମାନେ ଚିନ୍ତା ପ୍ରକଟ କରିଛନ୍ତି ।

କାହା ପାଖରେ କେତେ ଅସ୍ତ୍ରଶସ୍ତ୍ର?

ଭାରତ ଓ ଚୀନର ସାମରିକ ଶକ୍ତି:

ଭାରତ ନିକଟରେ ୧୪.୪୪ ଲକ୍ଷ ସକ୍ରୀୟ ସେନା ରହିଥିବା ବେଳେ ପ୍ରାୟ ୨୧ ଲକ୍ଷ ସଂରକ୍ଷିତ ରହିଥିବା ଆକଳନ କରାଯାଉଛି । ସେହିପରି ଭାବେ ଚୀନ ନିକଟରେ ୨୧.୮୩ ଲକ୍ଷ ସକ୍ରୀୟ ସେନା ରହିଥିବା ବେଳେ ପ୍ରାୟ ୫.୧୦ ଲକ୍ଷ ସେନା ସଂରକ୍ଷିତ ରହିଛନ୍ତି ବୋଲି ଆଲୋଚନା ହେଉଛି ।

ଭାରତୀୟ ସ୍ଥଳବାହିନୀ ଦୁନିଆର ଯେକୌଣସି ରାଷ୍ଟ୍ରର ସେନାକୁ ଟକ୍କର୍ ଦେବାର କ୍ଷମତା ରଖିଛି । ଭାରତ ନିକଟରେ ୪ ହଜାର ୨୯୨ଟି ଯୁଦ୍ଧ ଟ୍ୟାଙ୍କ୍ ରହିଛି । ୪୦୬୦ ଫିଲ୍ଡ ଆର୍ଟିଲାରୀ, ୨୬୬ଟି ରକେଟ୍ ଲଞ୍ଚର୍ସ ରହିଛି । ସେହିପରି ଚୀନ ନିକଟରେ ୩୫୦୦ ଯୁଦ୍ଧ ଟ୍ୟାଙ୍କ, ୩୩ ହଜାର ସଶସ୍ତ୍ର ଯୁଦ୍ଧ ଯାନ, ୩୮୦୦ ଆର୍ଟିଲାରୀ ଏବଂ ୨୬୫୦ଟି ରକେଟ୍ ଲଞ୍ଚର୍ସ ରହିଛି ।

ଭାରତୀୟ ଆକାଶ ବାହିନୀ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଏୟାରଫୋର୍ସ ଭାବେ ପରିଗଣିତ ହୋଇଥାଏ । ଭାରତର ୨୧୨୩ଟି ଏୟାରକ୍ରାଫ୍ଟ ରହିଛି । ୫୩୮ଟି ଲଢୁଆ ବିମାନ ରହିଛି ଯାହାକି ବିଶ୍ୱର ଯେକୌଣସି ରାଷ୍ଟ୍ରକୁ ଏହା ଟକ୍କର୍ ଦେଇପାରିବ ।

ଭାରତ ନିକଟରେ ଅଛି ୧୭୨ଟି ତୁରନ୍ତ ବିମାନ ସଦା ସର୍ବଦା ତୟାର ହୋଇ ରହିଛି । ସେହିପରି ୭୨୨ଟି ହେଲିକପ୍ଟର୍ ଏବଂ ୨୩ଟି ଲଢୁଆ ହେଲିକପ୍ଟର୍ ରହିଛି । ଅପରପକ୍ଷରେ ଚୀନ ନିକଟରେ ୩୨୧୦ଟି ଏୟାରକ୍ରାଫ୍ଟ ରହିଛି ।

ଭାରତୀୟ ନୌସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ନୌବାହିନୀ ଭାବେ ପରିଗଣିତ ହୋଇଥାଏ । ମାତ୍ର ଭାରତ ମହାସାଗରରେ ଚୀନ ପକ୍ଷରୁ ବିପଦ ରହିଥିବା ସାମରିକ ବିଶାରଦ ଆକଳନ କରିଛନ୍ତି । ଚୀନ ଭାରତ ମହାସାଗରରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ସଦା ସର୍ବଦା ଚେଷ୍ଟିତ ।

ଭାରତୀୟ ନୌସେନା ନିକଟରେ ଯୁଦ୍ଧ ତରୀ ସମେତ ଏୟାରକ୍ରାଫ୍ଟ କ୍ୟାରିୟର, ଲ୍ୟାଣ୍ଡିଂ ସିପ୍ ଟ୍ୟାଙ୍କ, ଡେଷ୍ଟ୍ରୟରର୍ସ ରହିଥିବା ବେଳେ ଭାରତ ନିକଟରେ ରହିଛି ସବମାରିନ । ଭାରତୀୟ ଯୁଦ୍ଧତରୀ କ୍ଷେପଣାସ୍ତ୍ର ବହନ କରିପାରିବାର ଯଥେଷ୍ଟ କ୍ଷମତା ହାସଲ କରିପାରିଛି ।

Leave A Reply

Your email address will not be published.