Latest Odisha News

BREAKING NEWS

ଘୁଞ୍ଚିଲା ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍‌ (ମେ ସେସନ୍‌) ଘୁଞ୍ଚାଇଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ମେ ୨୪, ୨୫, ୨୬, ୨୭ ଏବଂ ୨୮ ରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ର ମେ ସେସନ୍‌କୁ (NTA) ସ୍ଥଗିତ ରଖିଛି।

ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମହାମାରୀ କାରଣରୁ ଏପ୍ରିଲ୍ ୨୭, ୨୮, ଏବଂ ୩୦ ରେ ଧାର୍ଯ୍ୟ ହୋଇଥିବା ଜେଇଇ ମେନ୍ ୨୦୨୧ ଏପ୍ରିଲ୍ ସେସନ୍‌କୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏପ୍ରିଲ ଏବଂ ମେ ସେସନ୍‌ଗୁଡ଼ିକର ପୁନଃ ନିର୍ଦ୍ଧାରଣ କରାଯିବ ବୋଲି ଏନଟିଏ କହିଛି।

ପରବର୍ତ୍ତୀ ପର୍ଯ୍ୟାୟରେ ମେ ସେସନ୍‌ ପାଇଁ ପଞ୍ଜୀକରଣ ମଧ୍ୟ ଘୋଷଣା କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଏ ନେଇ ଟ୍ୱିଟ ମଧ୍ୟ କରିଛନ୍ତି। କରୋନାର ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏବଂ ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ ମେ ୨୦୨୧ ସେସନ୍‌କୁ ସ୍ଥଗିତ ରଖାଯାଇଛି। ଅଧିକ ସୂଚନା ପାଇଁ ଛାତ୍ରମାନଙ୍କୁ NTA ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Comments are closed.