Latest Odisha News

BREAKING NEWS

ତୀରନ୍ଦାଜ ଜୟନ୍ତ ତାଲୁକଦାରଙ୍କୁ କରୋନା, ଆଇସିୟୁରେ ଭର୍ତି

ନୂଆଦିଲ୍ଲୀ: ପୂର୍ବ ଅଲିମ୍ପିଆନ ଓ ବିଶ୍ୱକପ ସ୍ୱର୍ଣ୍ଣ ବିଜେତା ତୀରନ୍ଦାଜ ଜୟନ୍ତ ତାଲୁକଦାର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ଅକ୍ସିଜେନସ୍ତର କମିବାରୁ ଆଇସିୟୁରେ ଭର୍ତି କରାଯାଇଛି । ଅକ୍ସିଜେନ ନେଲେ ସେ ସୁସ୍ଥ ରହୁଛନ୍ତି ମାତ୍ର ଏହାକୁ କାଢ଼ିଦେବା ମାତ୍ରେ ଏହାର ସ୍ତର ପୁନର୍ବାର ଖସି ଯାଉଛି ବୋଲି ବାପା ରଂଜନ ତାଲୁକଦାରଙ୍କ କହିଛନ୍ତି ।

୩୫ ବର୍ଷୀୟ ଜୟନ୍ତ ଆଗାମୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ନ ପାରିବାରୁ ଗୃହନଗରରେ ଯାଇ ରହୁଥିଲେ । ରିପୋର୍ଟ ମୁତାବକ ତାଙ୍କ ପତ୍ନୀ ଜଣେ ଡାକ୍ତର ଏବଂ ସେ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କଠାରୁ ଜୟନ୍ତଙ୍କୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ଜୟନ୍ତଙ୍କ ପତ୍ନୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.