Latest Odisha News

BREAKING NEWS

ଜୁଲାଇରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୮ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହା ୨୩ ପର‌୍ୟ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ରୁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶ ସୂଚନା ଦେଇଛନ୍ତି ।

ଏହାଛଡ଼ା ‘ଜେଇଇ ଆଡଭାନ୍ସଡ ପରୀକ୍ଷା ଅଗଷ୍ଟ ମାସରେ କରାଯିବ। ଏହି ପରୀକ୍ଷା ନିମନ୍ତେ ତାରିଖ ଠିକଣା ସମୟରେ ଘୋଷଣା କରାଯିବ।ଏନେଇ ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟାନ୍ୟ ପରୀକ୍ଷା ଜୁନ୍ ୧୫ ତାରିଖ ପରେ ଯେକୌଣସି ଦିନ କରାଯିବ। ଖୁବ୍ ଶୀଘ୍ର ‘ୟୁଜିସି ଏନ୍ଇଟି ପରୀକ୍ଷା ସମେତ ଅନ୍ୟାନ୍ୟ ପରୀକ୍ଷାଗୁଡ଼ିକର ତାରିଖ ଘୋଷଣା କରାଯିବ।

କରୋନା ସଂକ୍ରମଣ ଯୋଗୁଁ ସାରାଦେଶରେ ଲକଡାଉନ୍ ଜାରି ରହିଛି । ଏଥିପାଇଁ ମଧ୍ୟ ପରୀକ୍ଷା ସ୍ଥଗିତ ରହିଥିଲା। ତେବେ ତାରିଖ ଘୋଷଣା ହେବା ପରେ ପରୀକ୍ଷାକୁ ନେଇ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାଗ୍ରହଣ ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଯେଉଁ ଅନିଶ୍ଚିତତା ରହିଥିଲା ତାହା ଦୂର ହୋଇଛି ।

Comments are closed.