Latest Odisha News

BREAKING NEWS

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ: ସମୁଦ୍ର ସ୍ନାନ ବେଳେ ଅଘଟଣ । ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ଯୁବକ । ଯାଜପୁର ଜିଲ୍ଲା ମାଳସାହି ଅଞ୍ଚଳର ଆୟୁଷ ଜେନା ସମୁଦ୍ରରେ ଭାସି ଯାଇଛନ୍ତି । ଆୟୁଷ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ ବେଳେ ଭାସି ଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ଆୟୁଷ ଜେନା ପରିବାର ସହ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସିଥିଲେ । ରବିବାର ସୁନାବେଶ ଦର୍ଶନ ପରେ ସୋମବାର ସକାଳେ ପୁରୀ ବେଳାଭୂମିରେ ପରିବାର ସହ ଗାଧୋଉଥିଲେ । ସ୍ନାନ କରୁ କରୁ ଗଭୀର ସମୁଦ୍ରକୁ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ ।

Leave A Reply

Your email address will not be published.