Latest Odisha News

BREAKING NEWS

ଗନ୍ ପଏଣ୍ଟରେ ମହିଳାକୁ ଦୁଷ୍କର୍ମ ଘଟଣା: ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜୟପୁର ବାଗମୁଣି ଗାଁ ଗଣ ଗଣଦୁଷ୍କର୍ମ ଘଟଣା । ସ୍ୱାମୀ ଓ ପୁଅକୁ ଗନ୍ ପଏଣ୍ଟରେ ରଖି ମହିଳାଙ୍କୁ ଦୁଷ୍କର୍ମ ଘଟଣା ଆଜକୁ ଦୀର୍ଘ ୬ ଦିନ ବିତି ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ଚୁପ ବସିଛି । ଏନେଇ ଆଜି ଜୟପୁରରେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ବିଜେପି ପକ୍ଷରୁ କହୁହାଯାଇଛି ‘ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ବିପଦରେ ରହିଛି । ଅଭିଯୁକ୍ତମାନେ ଖୋଲାରେ ବୁଲୁଥିବା ବେଳେ ମାରଣାସ୍ତ୍ର ଦେଖାଇ ସାକ୍ଷୀମାନଙ୍କୁ ପ୍ରଭାବିତ କରୁଛନ୍ତି । ଏଭଳି ଘଟଣା ଗୋଟିଏ ପରେ ଗୋଟିଏ ଘଟିଚାଲିଥିଲେ ବି ଗୃହ ବିଭାଗ ଓ ପୋଲିସ ପ୍ରଶାସନ ଚୁପ ରହିଛି । ଏହାରି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଡାକରା ଦିଆଯାଇଛି ।’

ଆଜି ସକାଳ ୬ରୁ ବିଜେପି ଜାତୀୟ ରାଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରିଛି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଥିଲା । ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବରୁ ଏସଡିପିଓଙ୍କୁ ସାକ୍ଷାତ କରି ଚେତାବନୀ ଦେଇଥିଲା ।

ସୂଚନାନୁସାରେ, ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗ୍ରାମର ସ୍ୱାମୀ, ସ୍ତ୍ରୀ ଓ ପୁଅ ରାତିରେ ଶୋଇଥିବା ବେଳେ ୨ଜଣ ଦୁବୃର୍ତ୍ତ ତାଙ୍କ ଘରେ ପଶି ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପୁଅକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପୁଅ ଓ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଜଣେ ପରେ ଜଣେ ଯାଇ ମହିଳାଙ୍କୁ ଦୁଷ୍ମର୍ମ କରିଥିଲେ । ମହିଳା ଜଣକ ବାରଣ କରିବାରୁ ଦୁବୃର୍ତ୍ତମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଦମ୍ପତ୍ତି ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଆଜକୁ ୬ ଦିନ ବିତି ଯାଇଥିଲେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ ।

Leave A Reply

Your email address will not be published.