Latest Odisha News

BREAKING NEWS

ଜେଏମଏମ ନେତା ହେମନ୍ତ ସୋରେନ ୨ଟି ଆସନରୁ ଲଢିବେ ନିର୍ବାଚନ

ରାଞ୍ଚି: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ଚଳିତ ବିଧାନସଭାରେ ନିର୍ବାଚନରେ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜେଏମଏମ ସୂତ୍ରରୁ ଜଣାପଡ଼ିଛି ।

ହେମନ୍ତ ସୋରେନ ୟୁପିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଝାଡ଼ଖଣ୍ଡ ବିଧାନସଭାର ୮୧ଟି ଆସନ ମଧ୍ୟରୁ ଜେଏମଏମ ୪୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କଂଗ୍ରେସ ୩୧ଟି ଆସନରେ ଏବଂ ୟୁପିଏ ମେଣ୍ଟ ଅଂଶିଦାର ଆରଜେଡ଼ି ୭ଟି ଆସନରେ ନିର୍ବାଚନ ଲଢୁଛି ।

ଜେଏମଏମ ପକ୍ଷରୁ ହେମନ୍ତ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାରହେଟରୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଏଥର ସେ ଡୁମକା ବିଧାନସଭା ଆସନରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି ।

Leave A Reply

Your email address will not be published.