Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୧ଟା ସୁଦ୍ଧା ୪୮.୮୩ % ମତଦାନ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆଜି ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରେ ଦିନ ୧ଟା ସୁଦ୍ଧା ୪୮.୮୩ % ମତଦାନ ହୋଇଛି ।

ରାଜ୍ୟ ବିଧାନସଭାର ସମୁଦାୟ ୮୧ଟି ବିଧାନସଭା ଆସନ ଲାଗି ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୧୩ଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେଉଛି ।

ଆଜି ସକାଳ ୭ଟାରୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ିରେ ଭୋଟରମାନେ ଭୋଟଦାନ କରିଥିବାର ଲକ୍ଷ୍ୟ କରାଯାଇଛି । ଡ଼ାଲୋଟାଗଞ୍ଜ ନିର୍ବାଚନ ମଣ୍ଡଳୀର ଏକ ବୁଥରେ କାଁ ଭାଁ ସାମାନ୍ୟ ଗଣ୍ଡଗୋଳକୁ ଛାଡ଼ିଦେଲେ ସେପରି କିଛି ହିଂସାକାଣ୍ଡ ଖବର ମିଳିନାହିଁ । କୋଶିୟାରାଠାରେ ଜଣେ ପ୍ରାର୍ଥୀ ପୋଲିଂ ବୁଥକୁ ଜବରଦସ୍ତି ପ୍ରବେଶ କରୁଥିବା ବେଳେ ପୋଲିସ ତାଙ୍କୁ ବାଧା ଦେଇଥିଲା । ଏହାଫଳରେ ଭୋଲିସ ଭ୍ୟାନ ଉପରେ ବିଧାୟକ ପ୍ରାର୍ଥୀ ଆକ୍ରମଣ କରିଥିବା ସୂଚନା ମିଳିଛି ।

ତେବେ ଝାଡ଼ଖଣ୍ଡର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁରଲୀ ଲାଲ ମୀନା କହିଛନ୍ତି ଯେ, ଗୁମଲା ଜିଲ୍ଲାରେ ନକ୍ସଲପନ୍ଥୀଙ୍କ ଦ୍ୱାରା ଜଙ୍ଗଲରେ ଏକ କଲଭର୍ଟକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି । ଏହି ଘଟଣାରେ ସେପରି କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.