Latest Odisha News

BREAKING NEWS

ଟ୍ରକ୍ ମଧ୍ୟରୁ ଉଦ୍ଧାର ହେଲା ଅଜଗର

ଭବାନୀପାଟଣା: ରାୟଗଡା ଜିଲ୍ଲାରେ ଶୁକ୍ରବାର ଦିନ ବନ କର୍ମଚାରୀମାନେ ଏକ ଟ୍ରକ୍ ମଧ୍ୟରୁ ପାଖାପାଖି ୭ ଫୁଟ୍ ଲମ୍ବର ଏକ ଅଜଗରକୁ ଉଦ୍ଧାର କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଭବାନୀପାଟଣାରୁ ପ୍ରାୟ ୧୬ କିମି. ଦୂରରେ ଥିବା ଛଟିକୁଡା ଗ୍ରାମ ନିକଟରେ ଜଣେ ଟ୍ରକ୍ ଡ୍ରାଇଭର୍ ଗାଡିର ପଛ ଚକାରେ ପବନ ଭରୁଥିବା ବେଳେ ସାପଟିକୁ ଦେଖିବାକୁ ପାଇଥିଲେ । ଗାଡି ତେଲ ଟାଙ୍କିର ଚେସିସ୍ ବାରରେ ସାପଟି ଗୁଡେଇ ହୋଇରହିଥିଲା।

ସ୍ଥାନୀୟ ବାସିନ୍ଦାମାନେ ଏନେଇ ବନ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ଅଜଗରକୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.