Latest Odisha News

BREAKING NEWS

ଟିକା ନେବା ପରେ ଶରୀର ପାଲଟି ଯାଉଛି ଚୁମ୍ବକ!

ଝାଡଖଣ୍ଡ: କରୋନା ଟିକା ନେବା ପରେ ଏବେ ଲୋକଙ୍କ ଶରୀରରେ ଅଜବ ପ୍ରତିକ୍ରିୟା ହେଉଥିବା ଦେଖିବାକୁ ମିଳୁଛି। କରୋନା ଦ୍ବିତୀୟ ଡୋଜ ଟିକା ନେବା ପରେ ଲୋକଙ୍କଠାରେ ଆପେ ଆପେ ଚୁମ୍ବକୀୟ ଶକ୍ତି ଉତ୍ପନ ହେଉଛି। ଗୋଟିଏ କି ଦୁଇଟି ନୁହେଁ ବରଂ ଏଭଳି ଅନେକ ମାମଲା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଗତ କିଛିଦିନ ହେବ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଶରୀରରେ ‘ଚୁମ୍ବକୀୟ ଶକ୍ତି’ ବଳରେ ଆପେ ଆପେ ଲୁହା ଏବଂ ଷ୍ଟିଲ୍‌ ସାମଗ୍ରୀ ଲାଗି ଯାଉଥିବା ଦେଖାଉଛନ୍ତି। ଏଭଳି ଆଉ ଏକ ମାମଲା ଏବେ ସାମ୍‌ନାକୁ ଆସିଛି। ଝାଡଖଣ୍ଡର ହାଜରିବାଗର ଜଣେ ବ୍ୟକ୍ତି କୋଭିଡ ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବିକଶିତ ହୋଇଥିବା ଦାବି କରିଛନ୍ତି।

ତାହିର ଅନସାରୀ ନାମକ ଜଣେ ଦାବି କରିଛନ୍ତି ଯେ ଟିକା ନେବା ପରେ ସେ ମଧ୍ୟ ଚାମଚ, କଣ୍ଟା ଏବଂ ମୁଦ୍ରା ବ୍ୟବହାର କରି ସମାନ ପ୍ରୟାସ କରିଥିଲେ। ଏହାପରେ ତାଙ୍କ ଶରୀରରେ ଏସବୁ ଜିନିଷ ଲାଗିଯାଉଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ।

ଏହାପରେ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଏକ ଡାକ୍ତରୀ ଟିମ୍‌ ତାଙ୍କ ଘରେ ପହଞ୍ଚିଥିଲେ। ଯାଞ୍ଚ ପରେ ଡାକ୍ତର ତାହିରଙ୍କୁ କହିଛନ୍ତି ଯେ ତାଙ୍କ ଶରୀରରେ କୌଣସି ଚୁମ୍ବକୀୟ କେନ୍ଦ୍ର ନାହିଁ। ତେବେ ବ୍ୟକ୍ତିଙ୍କ ଶରୀର ଉପରେ ନଜର ରଖାଯାଇଥିବା କହିଛନ୍ତି ଡାକ୍ତର।

Comments are closed.