Latest Odisha News

ଏହି ରାଜ୍ୟରେ ଜୁଲାଇ ୧ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧ ପର୍ଯ୍ୟନ୍ତ ଲକ୍‌ଡାଉନ ବଢାଇ ଦେଇଛନ୍ତି ସରକାର। ତେବେ କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୫ ପ୍ରତିଶତ କ୍ଷମତା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ୧୬ ରୁ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସରକାର।

Leave A Reply

Your email address will not be published.