Latest Odisha News

BREAKING NEWS

ଅଯୋଧ୍ୟା ମାମଲା: ଆଗତ ରିଭ୍ୟୁ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ରାୟ ବିରୋଧରେ ଦାଏର କରାଯାଇଥିବା ରିଭ୍ୟୁ ପିଟିସନ ଉପରେ ଗୁରୁବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶିତ । ଏହି ଖଣ୍ଡପୀଠରେ ଜଷ୍ଟିସ ବୋବଡେଙ୍କ ବ୍ୟତୀତ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ସଞ୍ଜୀବ ଖାନ୍ନା ଓ ଏସଏ୍ ନଜିର୍ ପ୍ରମୁଖ ସାମିଲ ରହିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏନେଇ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ରୁଦ୍ଧଦ୍ୱାର ଶୁଣାଣିର ଆୟୋଜନ କରିଛନ୍ତି । ଆଜି ଦ୍ୱିପ୍ରହର ୧ଟା ୪୦ମି.ରେ ବିଚାରପତିଙ୍କ ଚାମ୍ବରରେ ହେବ । ତେବେ ରିଭ୍ୟୁ ପିଟିସର ଶୁଣାଣି କେଉଁଦିନ ହେବ ଏବଂ ମୁକ୍ତ ଅଦାଲତରେ ହେବକି ନାହିଁ ସେନେଇ ବିଚାର କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ପ୍ରକାଶିତ ସୁପ୍ରିମକୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟ ଅନୁଯାୟୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ମସଜିଦ୍ ପାଇଁ ବିକଳ୍ପ ସ୍ଥାନରେ ୫ ଏକର ଜମି ଯୋଗାଇ ଦିଆଯିବ ।

ପରବର୍ତ୍ତୀ ସମୟରେ ଏହି ରାୟ ବିରୋଧରେ ନିର୍ମୋହୀ ଆଖଡା, ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ ଓ ଅନ୍ୟ ସଙ୍ଗଠନ ପକ୍ଷରୁ ପ୍ରାୟ ୧୮ଟି ରିଭ୍ୟୁ ପିଟିସନ ତଥା ରାୟର ପୁର୍ନବିଚାର ପାଇଁ ପିଟିସନ୍ ଦାଖଲ କରାଯାଇଛି ।

Leave A Reply

Your email address will not be published.