ବାରିପଦା : ଫେରିବ ବାଘୁଣୀ ଜିନ୍ନତ। ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଅଣାଯିବ ବୋଲି ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ। କିଛିଦିନ ପୂର୍ବରୁ ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ଜିନ୍ନତ।
ତେବେ ଜିନ୍ନତର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବା ବାରିପଦା ଆରସିସିଏଫ ସୂଚନା ଦେଇଛନ୍ତି। ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ସେ କହିଛନ୍ତି।
୧୦ ଦିନ ହେଲ ଶିମିଳିପାଳରୁ ଜିନ୍ନତ ଯାଇ ବର୍ତ୍ତମାନ ପଶ୍ଚିମବଙ୍ଗରେ। ଜିନ୍ନତ ଗୁରୁବାର ରାତିରେ ଝାରଖଣ୍ଡରୁ ଯାଇ ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାକୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯିବା ପରେ ତାକୁ ଶିମିଳିପାଳର କୋର ଏରିଆରେ ଛଡ଼ା ଯାଇଥିଲା।
ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳରୁ ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ୧୯ ତାରିଖ ରାତିରେ ସେ ସେଠାରୁ ଯାଇ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଛି।