ନୂଆଦିଲ୍ଲୀ: ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟରରେ ୫ଜି ସେବା ଆରମ୍ଭ କରିଛି । ଭାରତୀୟ ସେନାର ‘ଫାୟାର ଆଣ୍ଡ ଫ୍ୟୁରି କର୍ପସ’ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଓ ଟେଲିକମ୍ ଏବଂ ଭାରତୀୟ ସେନା ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟର ଉପରେ ପ୍ରଥମ ୫ଜି ମୋବାଇଲ୍ ଟାୱାର ସ୍ଥାପନ କରିଛନ୍ତି।
ଜାନୁଆରୀ ୧୫ ସେନା ଦିବସ ପୂର୍ବରୁ, ଜିଓ ସିଆଚିନ ଗ୍ଲେସିୟର ଉପରେ ୪ଜି ଏବଂ ୫ଜି ସେବା ଆରମ୍ଭ କରି ଭାରତୀୟ ସେନାକୁ ଏକ ଉପହାର ଦେଇଛନ୍ତି । ଜିଓ ଦେଶର ପ୍ରଥମ ଅପରେଟର ଯିଏ ସିଆଚିନ ଗ୍ଲେସିୟରରେ ସେବା ଆରମ୍ଭ କରିଛି ।
ଏତେ ଉଚ୍ଚତାରେ ଏକ ଟାଓ୍ବାର ସ୍ଥାପନ କରିବା ବହୁତ କଷ୍ଟସାଧ୍ୟ । ଜିଓ ନିଜର ସ୍ୱଦେଶୀ ଫୁଲ୍ ଷ୍ଟାକ ୫ଜି ଟେକ୍ନୋଲୋଜି ବ୍ୟବହାର କରିଥିଲା । ଏହି ୫ଜି ଟାୱାର ପ୍ରଣ୍ଟ ପୋଷ୍ଟରେ ସ୍ଥାପନ କରାଯାଇଛି । ଏହି ଅଞ୍ଚଳରେ ଥଣ୍ଡା ପବନ ଏବଂ ବରଫ ଝଡ ଆସିଥାଏ ।
Comments are closed.