ନୂଆଦିଲ୍ଲୀ: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇଲେକ୍ଟ୍ରିକ୍ ଯାନ (ଇଭି) ବଜାରରେ ପ୍ରବେଶ କରିବାକୁ ଯାଉଛି। ଜିଓ ନିକଟରେ ଏକ ଇଲେକ୍ଟ୍ରିକ୍ ସାଇକେଲ୍ ମଡେଲ୍ ଆଣିଛି । ଯାହା ଥରେ ଚାର୍ଜିଂ କଲେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାରେ ସହାୟକ ହୋଇଥାଏ ।
ଜିଓ ଇଲେକ୍ଟ୍ରିକ୍ ସାଇକେଲ ୨୦୨୫ ହେଉଛି ଏକ ଉଚ୍ଚ-ବୈଷୟିକ ଇଲେକ୍ଟ୍ରିକ୍ ସାଇକେଲ୍ ଯାହା କେବଳ ଇକୋ-ଫ୍ରେଣ୍ଡଲି ନୁହେଁ, ଏହା ଚାଳକଙ୍କ ପାଇଁ ସୁବିଧାଜନକ ଏବଂ ସୁଲଭ ଅଟେ । ଏହି ସାଇକେଲ ଉଭୟ ସହର ଏବଂ ଗ୍ରାମୀଣ କ୍ଷେତ୍ର ପାଇଁ ଉପଯୁକ୍ତ । ଭାରତୀୟ ସଡ଼କ ଏବଂ ଜଳବାୟୁ ଅନୁଯାୟୀ ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।
କମ୍ପାନୀ ଅନୁଯାୟୀ, ଏହି ଜିଓ ସାଇକେଲଟି ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ଅଟେ । ଏହାକୁ ପୁରୁଷ ଓ ମହିଳା ଉଭୟ ଖୁବ୍ ସହଜରେ ଚଲାଇପାରିବେ । ଷ୍ଟାଇଲିସ୍ ଏଲଇଡିଲାଇଟ୍, ଡିଜିଟାଲ୍ ଡିସପ୍ଲେ ଏବଂ ଡାଇମଣ୍ଡ ଫ୍ରେମ୍ ଏହାକୁ ଜବରଦସ୍ତ ଲୁକ୍ ଦେଇଥାଏ । ଏହି ଇଲେକ୍ଟ୍ରିକ୍ ସାଇକେଲରେ ଏକ ଲିଥିୟମ-ଆଇରନ୍ ବ୍ୟାଟେରୀ ଲଗାଯାଇଛି । ଏହି ଇ- ସାଇକେଲ ହାଲୁକା ଏବଂ ବହୁତ ସମୟ ପର୍ଯ୍ୟନ୍ତ ଧରି ଚାଲିଥାଏ ।
GPS ଟ୍ରାକିଂ, ସ୍ମାର୍ଟ କନେକ୍ଟିଭିଟି, ରିଭର୍ସ ମୋଡ୍ ଏବଂ ୱାଟରପ୍ରୁଫ୍ ଡିଜାଇନ୍ ଭଳି ଆଧୁନିକ ଫିଚର୍ସ ଲଗାଯାଇଛି । ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ର ଏହି ଇଲେକ୍ଟ୍ରିକ୍ ସାଇକେଲ ର ବ୍ୟାଟେରୀ ୩ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯାଏ । ଏହି ସାଇକେଲ୍ ମଜବୁତ୍ ଫ୍ରେମ୍ ଏବଂ ଆରାମଦାୟକ ସିଟ୍ ସହ ଆସିବ । ଏଥି ସହ ଏଥିରେ ଏଲଇଡି ହେଡଲାଇଟ୍ସ, ବ୍ରେକ୍ ଲାଇଟ୍ସ ଏବଂ ରିୟର ଭ୍ୟୁ ମିରର ଭଳି ସେଫ୍ଟି ଫିଚର୍ସ ରହିବ, ଯାହା ରାତିରେ ଭିଡ଼ ରାସ୍ତାରେ ସୁରକ୍ଷିତ ଯାତ୍ରାରେ ସହାୟକ ହେବ । ଜିଓ ଇଲେକ୍ଟ୍ରିକ୍ ସାଇକେଲ ୨୫,୦୦୦ ଟଙ୍କାରୁ ୩୫,୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହୋଇପାରେ । ଏହି ସବୁ କାରଣରୁ ଏହା ବଜେଟ୍ ଫ୍ରେଣ୍ଡେଲି ହେବ ।
Comments are closed.