Latest Odisha News

BREAKING NEWS

ଓଡିଶାର ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା

ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ ପ୍ରମୁଖ ସହରକୁ ଏହାର ହାଇସ୍ପିଡ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବାକୁ ସଂପ୍ରସାରିତ କରିଛି ।

ଉପଭୋକ୍ତାମାନଙ୍କୁ ସଂକଟ ସମୟରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସହିତ ସଂଯୁକ୍ତ ରଖିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଜିଓ ଫାଇବର ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା, ପରିବର୍ଦ୍ଧିତ ନେଟୱର୍କ କଭରେଜ୍ ଏବଂ ପ୍ରମୁଖ ସହରର ମୁଖ୍ୟ ଅଂଚଳଗୁଡିକରେ ସେବା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି ।

ପୂର୍ବରୁ ଜିଓ ଫାଇବର ସେବା ଉପଲବ୍ଧ ହୋଇଥିବା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ସହରଗୁଡିକରେ ଏବେ ଏହା ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି ।

ବିଗତ କିଛି ସପ୍ତାହ ମଧ୍ୟରେ ଯାଜପୁର ରୋଡ୍‌, ପୁରୀ, ଝାରସୁଗୁଡା, କୋରାପୁଟ, ଅନୁଗୁଳ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ଼ ଆଦି ସହରରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି ।

ଓଡିଶାର ବିଭିନ୍ନ ଅଞ୍ଚଳରେ ଦ୍ରୁତ ସଂପ୍ରସାରଣ ଜାରି ରଖିଥିବା ଜିଓ ଫାଇବର୍ ଆଗାମୀ କିଛି ସପ୍ତାହ ମଧ୍ୟରେ ଭବାନୀପାଟଣା, ବ୍ରଜରାଜନଗର, ଜଟଣୀ ଏବଂ ଜଗତସିଂହପୁର ସମେତ ରାଜ୍ୟର ଅନ୍ୟ କେତେକ ସହରରେ ସେବା ଆରମ୍ଭ ଯୋଜନା ରଖିଛି ।

ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଛୋଟ ଓ ବଡ଼ ବ୍ୟବସାୟ, ଶିକ୍ଷାନୁଷ୍ଠାନ ଏବଂ ବୃହତ୍ ଉଦ୍ୟୋଗ ପର୍ଯ୍ୟନ୍ତ ହଜାର ହଜାର ଗ୍ରାହକଙ୍କୁ ଜିଓ ଫାଇବର୍ ସର୍ବନିମ୍ନ ୧୦୦ ଏମବିପିଏସ୍ ସ୍ପିଡ୍ ଠାରୁ ଆରମ୍ଭ କରି ୧ ଜିବିପିଏସ୍ ପର୍ଯ୍ୟନ୍ତ ବାସ୍ତବ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେଉଛି ।

ସାରା ଭାରତରେ ଲକଡାଉନ୍‌ର କଠିନ ସମୟରେ ଜିଓ ଫାଇବର ଓଡିଶାର ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗକୁ ସୁନିଶ୍ଚିତ କରିଥିଲା ।

ଜିଓ ଫାଇବର୍ ସମନ୍ୱିତ ଅଲ୍ଟ୍ରା-ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଟଂରନେଟ୍ ଓ ସ୍ମାର୍ଟ ଫୋନ୍ ଫିକ୍ସଡ୍ ଲାଇନ୍ ସେବା ସହିତ ଉପଲବ୍ଧ ହେଉଛି ଯେଉଁଥିରେ ଲ୍ୟାଣ୍ଡଲାଇନରୁ ଭାରତର ଯେକୌଣସି ସ୍ଥାନକୁ ମାଗଣା କଲ୍ ସୁବିଧା ରହିଛି ।

ଏଥି ସହିତ ଜିଓ ଫାଇବର୍ ସହିତ ଉପଲବ୍ଧ ଅଲ୍ଟ୍ରା-ଏଚଡି ସେଟ୍‌-ଟପ୍ ବକ୍ସ ଲାଇଭ୍ ଟିଭି ଚ୍ୟାନେଲ ଏବଂ ଓଟିଟି ବିଷୟବସ୍ତୁକୁ ଜିଓ ଟିଭି+ ଆପରେ ଏକତ୍ର କରୁଛି ଯାହାଦ୍ୱାରା ବିଭିନ୍ନ ଓଟିଟି ଆପ୍ସକୁ ନଯାଇ ଜିଓ ଫାଇବର ଉପଭୋକ୍ତା ସବୁ ଓଟିଟିର ବିଷୟବସ୍ତୁ ଏକତ୍ର ପାଇପାରୁଛନ୍ତି ।

ଦ୍ରୁତ ସଂପ୍ରସାରଣ ଜାରି ରଖିଥିବା ଜିଓ ଫାଇବର୍ ବ୍ରଡବ୍ୟାଣ୍ଡ ଅସୀମିତ ମନୋରଞ୍ଜନ, ସମ୍ବାଦ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମ ଗୁଡିକୁ ସମନ୍ୱିତ କରି ଉପଭୋକ୍ତାମାନଙ୍କୁ ଏକ ସମୃଦ୍ଧ ଅନୁଭୁତି ଆଣିଦେଇଛି ।

ଜିଓ ଫାଇବର ବ୍ୟବହାରକାରୀମାନେ ଡିସ୍‌ନି ହଟଷ୍ଟାର, ଆମାଜନ ପ୍ରାଇମ, ସୋନି ଲାଇଭ, ଜି୫, ଭୁଟ୍‌, ସନ୍ ନେକ୍ସଟ୍‌, ଅଲ୍ଟ ବାଲାଜୀ, ଜିଓ ସିନେମା, ଜିଓସାଭନ୍‌, ହୋଇଚୋଇ ଭଳି ଅନେକ ଲୋକପ୍ରିୟ ଓଟିଟି ଆପ୍ସରେ ପ୍ରିମିୟମ୍ ଅନ୍‌-ଡିମାଣ୍ଡ ବିଷୟବସ୍ତୁ ଉପଭୋଗ କରିବା ସୁଯୋଗ ଲାଭ କରୁଛନ୍ତି ଯାହା ମଧ୍ୟରେ ପ୍ରମୁଖ ଓଡିଆ ସମ୍ବାଦ ଏବଂ ମନୋରଞ୍ଜନ ଚ୍ୟାନେଲଗୁଡିକ ସହିତ ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ଜାତୀୟ ଓ ଆଞ୍ଚଳିକ ଚାନେଲ୍ ସାମିଲ୍ ରହିଛି ।

ଏଥିସହିତ ଜିଓ ଫାଇବର ଏକାଧିକ ଭାଷାରେ ପ୍ରିମିୟମ୍ ବିଷୟବସ୍ତୁର ପୁରା ଲାଇବ୍ରେରୀ ଏବଂ ଲାୟନ୍ସଗେଟ୍ ପ୍ଲେ ରୁ ହଲିଉଡ ବ୍ଲକବଷ୍ଟର ଦେଖିବା ସୁଯୋଗ ପ୍ରଦାନ କରୁଛି ।

ଏହା ବ୍ୟତୀତ ଜିଓ ଫାଇବର୍ ଏକାଧିକ ସ୍ଥାନରେ ରହିଥିବା ଲୋକଙ୍କୁ ଭିଡିଓ କନଫରେନ୍ସିଂ ରେ ଯୋଡିହେବା ପାଇଁ ଜିଓମିଟ୍ ଆପ୍ ଉପଲବ୍ଧ କରାଇଛି ଯାହାଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ୟବସାୟିକ କାର୍ଯ୍ୟ, ସାମାଜିକ ସଭା ଏବଂ ଶ୍ରେଣୀଗୃହ ତାଲିମ ଇତ୍ୟାଦି ସହଜ ହୋଇଛି ।

Comments are closed.