Latest Odisha News

ରାମ ମନ୍ଦିରକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଆସନ୍ତାକାଲି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କାଲିର ଦିନ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିବ । ଆସନ୍ତାକାଲି ଲୋକେ ଘରେ ରହି ନିରାମିଷ ଭୋଜନ ସହ ଦୀପ ଜାଳିବାକୁ ସେ ଅନୁରୋଧ କରିଛନ୍ତି ।

ସେପଟେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାହା ବାହା ନେବାକୁ ଚାହୁଁଛନ୍ତି । ଏଥିପାଇଁ ଜୋରସୋରରେ ପ୍ରଚାର ପ୍ରସାର କରୁଛନ୍ତି । ମନ୍ଦିର ନିର୍ମାଣର ପ୍ରକୃତ ଶ୍ରେୟ ସମସ୍ତ ଜନସାଧାଣଙ୍କର । ରାମ ମନ୍ଦିର ନିର୍ମାଣକୁ ସେ ସ୍ୱାଗତ କରିବା ସହ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ , ମୁରଲୀ ମନୋହର ଯୋଶୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପାଇଁ ସମ୍ଭବ ହେଲା ବୋଲି କହିଛନ୍ତି ।

Leave A Reply

Your email address will not be published.