କେନ୍ଦୁଝର:ଜିତୁ ମୁଣ୍ଡା ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଯାଇଛି। ଏପଟେ ଜିତୁ ମୁଣ୍ଡାଙ୍କୁ ମିଳିବ ସବୁ ସରକାରୀ ସହାୟତା। ଜିତୁଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା । ଏ ନେଇ ପାଟଣା ବିଡିଓ ନିର୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିତୁଙ୍କୁ ରାସନ କାର୍ଡ ମିଳିଛି। ତାଙ୍କ ଭଉଣୀଙ୍କ ନାମରେ ଥିବା ରାସନ କାର୍ଡ ଜିତୁଙ୍କ ନାମରେ ପରିବର୍ତ୍ତନ କରାଯାଇଛି।
ଏଥି ମଧ୍ୟରେ ବ୍ୟାଙ୍କରେ ଜମା ଥିବା ଅର୍ଥ ୧୯, ୪୦୨ ଟଙ୍କା ଓ ରେଡ୍ କ୍ରସରୁ ୩୦ହଜାର ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଶାସନ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସମ୍ପୁର୍ଣ୍ଣ ଅବହେଳା ଥିବା କହିଛନ୍ତି RDC। ଏଥିସହିତ ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ଅଯଥା ବିଳମ୍ବ ଘଟିଥିବା ସେ କହିଛନ୍ତି । ତଦନ୍ତର ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସେ କହିଛନ୍ତି । ଜିତୁ ମୁଣ୍ଡା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଉଣୀର କଙ୍କାଳ ଆଣିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଠାରୁ ଏହି ଅଭାବନୀୟ ଘଟଣାରେ RDC ତଦନ୍ତ ହୋଇଛି ।
ଏଥି ମଧ୍ୟରେ ବ୍ୟାଙ୍କରେ ଜମା ଥିବା ଅର୍ଥ ୧୯, ୪୦୨ ଟଙ୍କା ଓ ରେଡ୍ କ୍ରସରୁ ୩୦ହଜାର ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଶାସନ ପ୍ରଦାନ କରିଛନ୍ତି।
ସୂଚନାଥାଉକି, ପାଟଣା ବ୍ଳକ ଅନ୍ତର୍ଗତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ତାଙ୍କ ମୃତ ଭଉଣୀ କଲରା ମୁଣ୍ଡାଙ୍କ ନାମରେ ୧୯ ହଜାର ୩ ଶହଟଙ୍କା ଏହି ବ୍ୟାଙ୍କରେ ଜମା ଥିଲା। ସୋମବାର ଏହି ଟଙ୍କା ନେବାକୁ ତାଙ୍କ ଭାଇ ଜିତୁ ବ୍ୟାଙ୍କକୁ ଆସିଥିଲେ। କିନ୍ତୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଯାହା ନାମରେ ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ। ତାଙ୍କର ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତ୍ତରାଧିକାରୀ ନେଇ କି ଆସ ବୋଲି କହିଥିଲେ। ଏଥିରେ ବିବ୍ରତ ହୋଇ ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନ ଘାଟରେ ପହଞ୍ଚି ଥିଲେ। ସେଠାରେ ପୋତା ଯାଇଥିବା ଭଉଣୀର ମୃତଦେହ ବାହାର କରିଥିଲେ ଏବଂ ତାକୁ କାନ୍ଧରେ ପକାଇ ତିନି କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଚାଲିଚାଲି ଆସି ପହଂଚି ଥିଲେ। କଙ୍କାଳକୁ ବ୍ୟାଙ୍କ ବାରଣ୍ଡାରେ ରଖି ଜମା ଥିବା ଟଙ୍କା ଦେବାକୁ ଦାବି କରିଥିଲେ। ଏଭଳି ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଏଥିପାଇଁ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରିଥିଲେ।
Comments are closed.