କାଶ୍ମୀର: ଇସ୍ତଫା ଦେଇଛନ୍ତି ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ। ଗିରୀଶ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ।
ସୂଚନାନୁସାରେ, ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଅବସ୍ଥାପିତ କରାଯିବା ନେଇ ସୂଚନା ମିଳିଛି । ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରିଶ ମୁର୍ମୁଙ୍କୁ ନୂଆ ସିଏଜି କରାଯାଇପାରିବା ନେଇ ସୂଚନା ମିଳିଛି।
ଅନ୍ୟପଟେ, ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପୁଅ ଗିରୀଶ ମୂର୍ମୁ, ଧାରା ୩୭୦ ଉଚ୍ଛେଦ ପରେ ନୂଆକରି ସୃଷ୍ଟି ହୋଇଥିବା ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗତବର୍ଷ ଅକ୍ଟୋବରରେ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ।
Comments are closed.