Latest Odisha News

BREAKING NEWS

କରୋନା ନେଲାଣି ୬ ପୋଲିସ କର୍ମଚାରୀଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୬ ପୋଲିସ କର୍ମଚାରୀଙ୍କ ଜୀବନ ନେଲାଣି କରୋନା। ଏହାସହ ୭୦୦ ଟପିଲାଣି ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସଂଖ୍ୟା। ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ରହିଥିବା ସୂଚନା ।

ବୁଧବାର ଦିନ କରୋନା ଯୋଦ୍ଧାଙ୍କ ପାଇଁ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ମିନିଟ୍‌ର ନିରବ ପ୍ରାର୍ଥନାରେ ପୁଲିସ ଡିଜି ଅଭୟ ସାମିଲ ହେବା ସହ କରୋନାରୁ ସୁସ୍ଥ ହୋଇଥିବା ପୁଲିସ କର୍ମଚାରୀଙ୍କ ସହିତ ଭିଡି଼ଓ କନଫରେନ୍ସିଂରେ ଆଲୋଚନା କରିଥିଲେ।

ନିରବ ପାର୍ଥନା ଅବସରରେ ପୁଲିସ ଡିଜି ଅଭୟ କୋଭିଡ୍‌ ଯୁଦ୍ଧରେ ସାମିଲ ହୋଇ ପ୍ରାଣବଳି ଦେଇଥିବା ୬ ଜଣ ପୁଲିସ କରୋନା ଯୋଦ୍ଧାଙ୍କ ନାମ ପାଠ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହି ମୃତ ଯୋଦ୍ଧାମାନେ ହେଉଛନ୍ତି ଗଞ୍ଜାମ ଭଞ୍ଜନଗର କୋର୍ଟର ଏଏସ୍‌ଆଇ ରବିନାରାୟଣ ବେହେରା, ଗଞ୍ଜାମ ତାରାସିଙ୍ଗି ଥାନାର ଏଏସ୍‌ଆଇ ଶିବରାମ ଦାସ, ବ୍ରହ୍ମପୁର ପୁଲିସ ଜିଲ୍ଲାର ଏଏସ୍‌ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଆସ୍କା ଥାନାର କନଷ୍ଟେବଳ ଗୋଲକ ନାୟକ, ହୋମଗାର୍ଡ ସତ୍ୟରଞ୍ଜନ ସେଠୀ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ହୋମଗାର୍ଡ ଏସ୍‌. ନରସିଂହ ଦାସ।

Leave A Reply

Your email address will not be published.